ETV Bharat / state

୨୨ ତାରିଖକୁ ଛୁଟି ଘୋଷଣା ସହିତ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ଦାବି କଲା ବିଜେପି, ବିରୋଧ କଲା କଂଗ୍ରେସ

author img

By ETV Bharat Odisha Team

Published : Jan 16, 2024, 10:14 PM IST

Pran Pratishtha of Prabhu Sri Ram: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ

ଛୁଟିକୁ ନେଇ ବିରୋଧିଙ୍କ ଟାର୍ଗେଟ
ଛୁଟିକୁ ନେଇ ବିରୋଧିଙ୍କ ଟାର୍ଗେଟ

ଛୁଟିକୁ ନେଇ ବିରୋଧିଙ୍କ ଟାର୍ଗେଟ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ହେଲେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସରକାରୀ ଛୁଟି ଘୋଷଣା ହୋଇନାହିଁ। ସେନେଇ ବିଜେପି ପକ୍ଷରୁ ଦାବି କରାଯାଇଛି ଯେ ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିବା ସହିତ ରାଜ୍ୟର ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ କରାଯାଉ । ସେପଟେ ଏହାକୁ କଂଗ୍ରେସ ସମ୍ପର୍ଣ୍ଣ ରୂପେ ବିରୋଧ କରୁଛି । ଛୁଟି ବିକାଶରେ ବାଧା ସୃଷ୍ଟି କରୁଛି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ଗତ ଜାନୁଆରୀ 14 ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ହେଲେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସରକାରୀ ଛୁଟି ଘୋଷଣା ହୋଇନାହିଁ । ବିଜେପି ପକ୍ଷରୁ ଦାବୀ କରାଯାଇଛି ଯେ ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିବା ସହିତ ରାଜ୍ୟର ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ କରନ୍ତୁ । ୫ ସହ ବର୍ଷର ଅସ୍ମିତାକୁ ଫେରାଇ ଆଣିବା ପାଇଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉଛି ।

ତେବେ ଯଦି ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପ ପାଇଁ ଛୁଟି ଘୋଷଣା କରୁଛନ୍ତି ତେବେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କଣ ପାଇଁ ଛୁଟି ଘୋଷଣା କରାଯାଉ ନାହିଁ । ସେନେଇ ବିଜେପି ମୁଖପାତ୍ର ଦୀଲିପ ମଲ୍ଲିକ କହିଛନ୍ତି, "ଆସନ୍ତା ୨୨ ତାରିଖ ଦିନ ବିଭିନ୍ନ ରାଜ୍ଯରେ ସରକାର ଛୁଟି ଘୋଷଣା କରିଛନ୍ତି । ଆମେ ଆଶା କରୁଛୁ ରାଜ୍ୟ ସରକାର ଏକଥା କୁ ଦେଖିବେ ଏବଂ ସାଧାରଣ ଲୋକମାନେ ବି ଦାବି କଲେଣି । ୫ ସହ ବର୍ଷର ସଂଘର୍ଷ ପରେ, ୨୨ ତାରିଖରେ ପଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେହି ଦିନକୁ ଏକ ପୁଣ୍ୟ ଦିନ ବିଚାର କରି ରାଜ୍ୟରେ ମଦ ଦୋକାନ ବନ୍ଦ କରିବା ଉଚିତ । ସେହିପରି ୨୨ ତାରିଖରେ ଛୁଟି ଘୋଷଣା ବି କରିବା ଦରକାର ।’’

ଏହା ମଧ୍ୟ ପଢ଼ନ୍ତୁ..... ୧୮ରୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍, ଭାୟା ଭୁବନେଶ୍ବର

କିନ୍ତୁ ଏହି ଛୁଟିକୁ ସମ୍ପର୍ଣ୍ଣ ରୂପେ ବିରୋଧ କରିଛନ୍ତି କଂଗ୍ରେସ ଦଳ । ଛୁଟିକୁ ଗ୍ରହଣ କରି ପାରିନି ରାଜ୍ୟ କଂଗ୍ରେସ । କଂଗ୍ରେସ ନେତା ସୁର ରାଉତରାୟ ଏହାକୁ ନାପସନ୍ଦ କରିଛନ୍ତି । ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ଯାଇପାରିବେ ତା ପାଇଁ ଛୁଟି ଘୋଷଣା କରିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୁର ରାଉତରାୟ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି, ’’ରାଜ୍ୟର ବିକାଶରେ ଛୁଟି ବାଧକ ସାଜୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି , ଛୁଟି ଦେଇ ସରକାରୀ କାର୍ଯ୍ୟକ୍ରମ ବାଧା ସୃଷ୍ଟି କରାଯାଉଥିବା କହିଛନ୍ତି ବିଧାୟକ । ମନଇଚ୍ଛା ଛୁଟି ଘୋଷଣା କରିବା ଠିକ ନୁହେଁ । ସେହିଭଳି ବିଜେପି କହୁଛି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଛୁଟି ,ଏହା କେବଳ ରାଜନିତୀ । ବିଜେପି ଦଳ ଆଗେ ମଦ ପିବା ବନ୍ଦ କରୁ ତାପରେ ମଦ ଦୋକାନ ବନ୍ଦ କରିବା ଘୋଷଣା କରିବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.