ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି

author img

By

Published : Nov 21, 2021, 3:46 PM IST

ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ଗାଁ ପୋଖରୀରୁ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଜଂରା ବାରିମୂଳ ଗାଁରେ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ଗାଁ ପୋଖରୀରୁ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଜଂରା ବାରିମୂଳ ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ବାରିମୂଳ ଗାଁର ବିପିନ ମଲ୍ଲିକଙ୍କ ଦୁଇ ନାବାଳିକା ଘର ନିକଟରେ ଖେଳୁଥିଲେ । ହେଲେ ହଠାତ ଗାଁ ପୋଖରୀରେ ଡଙ୍ଗା ଭାସୁଥିବା ଦେଖି ପାଣିରେ ପଶିଥିଲେ ଦୁଇ ଭଉଣୀ । ତେବେ ଦୀର୍ଘ ସମୟ ଧରି ଘରକୁ ଦୁଇ ଭଉଣୀ ନ ଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରିଥିଲେ ।

ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ପରେ ପୋଖରୀରେ ଦୁଇ ଭଉଣୀ ବୁଡି ଯାଇଥିବା ଖବର ପାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ପୋଖରୀ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଉଭୟଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶୁଭସ୍ମିତାଙ୍କ ବୟସ ସାଢ଼େ ତିନିବର୍ଷ ହୋଇଥିଲା ବେଳେ ମଧୁସ୍ମିତାର ବୟସ ଅଢେଇ ବର୍ଷ ବୋଲି ଜଣାପଡିଛି । ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.