Truck Hits Bike: ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

author img

By

Published : May 18, 2022, 8:46 AM IST

Truck hits Bike: ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଅଧିକ ପଢନ୍ତୁ

ଫୁଲବାଣୀ: ଘରକୁ ଫେରୁଥିବା ସମୟରେ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ 2 ଭାଇ ମୃତ ଓ ମାଆ ଗୁରୁତର । ମଙ୍ଗଳବାର ଅପରାହ୍ନରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିଣ୍ଡିରାଗାଁ ନିକଟସ୍ଥ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଯାହା ସୂଚନା ରହିଛି, ଏକ ବାଇକ ଯୋଗେ ମାଆ ଓ ଦୁଇ ପୁଅ ମିଶି ଫୁଲବାଣୀରୁ ନିଜ ଘରକୁ ଫେରୁଥିବା ବେଳେ ସାମ୍ନାପଟୁ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

Truck hits Bike: ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଗୁରୁତର ଅବସ୍ଥାରେ ମାଆକୁ ପ୍ରଥମେ ଫିରିଙ୍ଗିଆ ପରେ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ ଦୁଇ ଭାଇ ହେଲେ ଫିରିଙ୍ଗିଆ ବ୍ଲକ ଯାଯେସପାଙ୍ଗା ପଞ୍ଚାୟତ ଦାମିଙ୍ଗିଆ ଗ୍ରାମର ପ୍ରଶାନ୍ତ ଦିଗାଳଙ୍କ ପୁଅ ଚନ୍ଦନ(୧୫) ଓ ଆୟୂଷ(୪) । ଗୁରୁତର ହେଲେ ମହିଳାଙ୍କ ନାମ ଜ୍ୟୋତ୍ସା ଦିଗାଲ । ଏହି ଘଟଣାକୁ ନେଇ ସମଗ୍ର ଫିରିଙ୍ଗିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତଙ୍କ ବଡ଼ ପୁଅ ଚନ୍ଦନ ଏକ ବାଇକରେ ସାନ ଭାଇ ଆୟୂଷ ଓ ମାଆଙ୍କୁ ଧରି ଫୁଲବାଣୀ ମେଡ଼ିକାଲକୁ ଯାଇଥିଲେ । ସେଠାରେ ନିଜ ଜେଜେମାଆଙ୍କୁ ଦେଖି ଘରକୁ ଫେରୁଥିଲେ । ହେଲେ ଡିଣ୍ଡିରାଗାଁ ନିକଟସ୍ଥ ଆଦର୍ଶ ବିଦ୍ୟାଳୟ ନିକଟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଭାଇଙ୍କ ଜୀବନ ଚାଲି ଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକ ସେଠାରେ ରାସ୍ତା ଅବରୋଧ କରିଥିଲେ । ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ହେବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ରାସ୍ତା ରୋକ ହଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ପଠାଇଥିବା ବେଳେ ୭୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଏ ପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ । ଫିରିଙ୍ଗିଆ ଥାନା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ସ୍ଥାନରେ ତୁରନ୍ତ ହମ୍ପସ ନିର୍ମାଣ କରିବାକୁ ଲୋକେ ଦାବି କରିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.