ହୋମଗାର୍ଡକୁ ଡକାୟତି ଉଦ୍ୟମ, ଗ୍ୟାଙ୍ଗ ଲିଡରକୁ ବାନ୍ଧିଲା ପୋଲିସ

author img

By

Published : May 2, 2021, 8:44 PM IST

phulbani-robbery-to-police-one-arrested

ଫୁଲବାଣୀରେ ହୋମଗାର୍ଡଙ୍କୁ ଡକାୟତି ଉଦ୍ୟମ କରୁଥିବା ବେଳେ ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୋଲିସ। ଅଧିକ ପଢନ୍ତୁ...

ଫୁଲବାଣୀ: ହୋମଗାର୍ଡଙ୍କୁ ଡକାୟତି ଉଦ୍ୟମ କରୁଥିବା ବେଳେ ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୋଲିସ । ଦେଶୀ ବନ୍ଧୁକ ସହ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଡକାୟତ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି।

ହୋମଗାର୍ଡକୁ ଡକାୟତି ଉଦ୍ୟମ, ଗ୍ୟାଙ୍ଗ ଲିଡରକୁ ଗିରଫ କଲା ପୋଲିସ

ଫୁଲବାଣୀ ସହର ଏଫସି ଆଇ ଛକ ନିକଟରେ ଗତକାଲି ରାତିରେ ଜଣେ ହୋମଗାର୍ଡ ନିଜ ଗ୍ରାମ ଦୂତିମେଣ୍ଡିରୁ ମୋଟର ସାଇକେଲରେ ଆସୁଥିବାବେଳେ ଡକାୟତ । ଏହି ସମୟରେ ଫୁଲବାଣୀର ଏଫ୍.ସି. ଆଇ ଗୋଦାମ ପାଖ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲ ଅଟକାଇ ଡକାୟତି ଉଦ୍ୟମ । ଖବର ପାଇ ଫୁଲବାଣୀ ଟାଉନ୍ ପୋଲିସ ଯାଇ ଘଟଣାସ୍ଥଳରୁ କାହ୍ନୁ ନାୟକ ନାମକ ଏକ ଯୁବକକୁ ଗିରଫ କରିଛନ୍ତି । ଅନ୍ୟ ଜଣେ ସେଠାରୁ ଦୌଡ଼ି ପଳାଇଥିଲା। ଗିରଫ ଯୁବକ ପାଖରୁ ଏକ ବନ୍ଧୁକ ସହ 5 ଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି।

ଗିରଫ ଯୁବକ ଫୁଲବାଣୀ ଭୁବନେଶ୍ୱର ରାସ୍ତା ଓ ଫୁଲବାଣୀ - ବୌଦ୍ଧ ରାସ୍ତାରେ ଗାଡ଼ିରେ ଆସୁଥିବା ଯାତ୍ରୀ ମାନଙ୍କୁ ବନ୍ଧୁକ ଦେଖାଇ ଡକାୟତ କରୁଥିଲେ। କାହ୍ନୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟ ସେଠାରୁ ଚମ୍ପଟ୍ ମାରିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.