୫ ବର୍ଷ ପରେ ପୀଡିତାକୁ ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ

author img

By

Published : Aug 29, 2022, 9:18 PM IST

Phulbani POCSO court convicts a minor rapist and sentenced seven years of jail

ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ Phulbani POCSO court convicts a minor rapist । ୫ ବର୍ଷ ପରେ ପୀଡ଼ିତାକୁ ମିଳିଲା ନ୍ୟାୟ । ଅଧିକ ପଢ଼ନ୍ତୁ

ଫୁଲବାଣୀ: ୫ ବର୍ଷ ପରେ ପୀଡିତାକୁ ମିଳିଲା ନ୍ୟାୟ । ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଫୁଲବାଣୀର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ (Phulbani POCSO court convicts a minor rapist)। ଖାଲି ସେତିକି ନୁହେଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବ ଦୋଷୀ ।

୫ ବର୍ଷ ପରେ ପୀଡିତାକୁ ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ

୨୦୧୭ ମସିହାରେ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକା ଘରେ ଏକାକୀ ଥିବା ବେଳେ କୁଶ ପରିଚ୍ଛା ନାମକ ବ୍ୟକ୍ତି ତାକୁ ଅପହରଣ କରି ନେଇଥିଲା । ଏହାପରେ ପାଖ ଜଙ୍ଗଲରେ ତା ସହ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ଚିତ୍କାର ଶୁଣି ଜଙ୍ଗଲରେ ପତ୍ର ଗୋଟାଉଥିବା ନାବାଳିକାଙ୍କ ବାପାମାଆ ଓ ସ୍ଥାନୀୟ ଲୋକ ଆସି ପହଞ୍ଚିଥିଲେ । ଏହାପରେ ପୀଡ଼ିତା ତା ସହ ଘଟିଥିବା ସମସ୍ତ ଘଟଣା ବାପାମାଆଙ୍କୁ ଜଣାଇଥିଲେ । ଏହାକୁ ନେଇ ପୀଡ଼ିତାଙ୍କ ବାପା ମାଆ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା । ଏହାପରେ ଅଭଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଦୀର୍ଘ ୫ ବର୍ଷ ଶୁଣାଣି ପରେ ପୋକ୍‌ସୋ କୋର୍ଟ ଅଭିଯୁକ୍ତ କୁଶ ପରିଚ୍ଛାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ କରିବା ପାଇଁ ମୋଟ ୧୨ ଜଣ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଫୁଲବାଣୀର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ । ତା ସହିତ ଡାକ୍ତରଙ୍କ ରିପୋର୍ଟ ଆଧାରରେ କୁଶ ପରିଚ୍ଛାଙ୍କୁ ବିଚାରପତି ସଞ୍ଜିତ କୁମାର ବେହେରା ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଛନ୍ତି ।

ସୂଚନା ଥାଉକି, ପୂର୍ବରୁ ଗତ ଜୁଲାଇ ମାସ ୧୯ ତାରିଖରେ ଫୁଲବାଣୀ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଥିଲେ । ଏଥିସହ ତାଙ୍କୁ ୨୦ ହଜାର ଟଂକା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଦର୍ଶାଯାଇଥିଲା । ଅଭିଯୁକ୍ତ ଜଣକ ହେଲେ ଖଜୁରୀପଡା ଥାନା ବନ୍ଧସାହିର ସିପୁ ଦିଗାଲ । ସୂଚନା ଅନୁଯାୟୀ, ୨୦୧୫ ମେ ୧୯ରେ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ସିପୁ ସେଠାରେ ପହଂଚି ତାଙ୍କୁ ଅପହରଣ କରି ନେଇ ଆସିଥିଲେ । ଫୁଲବାଣୀର ଏକ ଘରେ ରଖି ନାବାଳିକାଙ୍କ ଇଚ୍ଛା ବିରୋଧରେ ବଳାତ୍କାର କରିଥିଲେ । ଘରେ ଝିଅକୁ ନ ପାଇ ପରିବାର ଲୋକେ ଖୋଜାଖୋଜା କରିଥିଲେ । କିନ୍ତୁ କେଉଁଠୁ କିଛି ଖବର ପାଇ ନ ଥିଲେ । ନାବାଳିକ ଜଣକ କୌଣସି ପ୍ରକାରେ ଫୋନ ଯୋଗେ ପରିବାର ଲୋକଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ । ଏ ନେଇ ୨୧ ତାରିଖରେ ନାବାଳିକାଙ୍କ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏତଲା ଦିଆ ଯାଇଥିଲା । ପୋଲିସ ୪୩/୧୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୨୫ ତାରିଖ ଦିନ ଫୁଲବାଣୀରୁ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ସିପୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଥିଲେ ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.