ETV Bharat / state

ପୁନଃ ଭୋଟ ଗଣତି ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

author img

By

Published : Mar 5, 2022, 12:11 PM IST

ନିର୍ବାଚନ ଯେପରି ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ହେବ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦ୍ଦେଶ ଦେଇଥିଲେ । ହେଲେ କନ୍ଧମାଳ ଜିଲ୍ଲା କୋଟଗଡ ମାର୍ଲଙ୍ଗ ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀଙ୍କୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ କୋଟଗଡ଼ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ପୁନଃ ଭୋଟ ଗଣତି ଦାବି: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ
ପୁନଃ ଭୋଟ ଗଣତି ଦାବି: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଫୁଲବାଣୀ: ସରିଛି ପଞ୍ଚାୟତ ନିର୍ବାଚନ ଏବଂ ଘୋଷଣା ହୋଇସାରିଛି ବିଜୟୀ ପ୍ରାର୍ଥୀଙ୍କ ନାମ । ନିର୍ବାଚନ ଯେପରି ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ହେବ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦ୍ଦେଶ ଦେଇଥିଲେ । ହେଲେ କନ୍ଧମାଳ ଜିଲ୍ଲା କୋଟଗଡ ମାର୍ଲଙ୍ଗ ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀଙ୍କୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ କୋଟଗଡ଼ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ପୁନଃ ଭୋଟ ଗଣତି ଦାବି: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ସୂଚନାନୁସାରେ, ମାର୍ଲଙ୍ଗା ପଞ୍ଚାୟତରେ ୨ ଜଣ ସମିତି ସଭ୍ୟା ମନିଷା ସୁନା ମାଝି ଓ ସସ୍ମିତା ମୁଠା ମାଝି ପ୍ରାର୍ଥିନୀ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥିରେ ବିଜୟ ଲାଭ କରିଥିଲେ ମନିଷା ସୁନା ମାଝି । ଏହାକୁ ନେଇ କୋଟଗଡ଼ ବିଡ଼ିଓ କୈଳାସ ଚନ୍ଦ୍ର ମୁମୁଁଙ୍କୁ ପୁନଃ ମତଗଣନା ନିମନ୍ତେ ଲିଖତ ଅଭିଯୋଗ କରିଥିଲେ ପଞ୍ଚାୟତବାସୀ । କିନ୍ତୁ ଏ ନେଇ ବିଡ଼ିଓ କିଛି ପଦକ୍ଷେପ ନନେବାରୁ ଗତକାଲି(ଶୁକ୍ରବାର) ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଯଦି ଏହି ଘଟଣାକୁ ନେଇ ବିଡ଼ିଓ ଉଚିତ ପଦକ୍ଷେପ ନେଇନାହାନ୍ତି ତାହା ହେଲେ ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଥାନା ଅଧିକାରୀ ବ୍ଲକରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ଲୋକେ ଘେରାଉରୁ ଓହରି ଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.