କନ୍ଧମାଳରେ ମାଓ ପୋଷ୍ଟର, ଶହୀଦ ଦିବସ ପାଳିବାକୁ ମାଓବାଦୀଙ୍କ ଆହ୍ୱାନ

author img

By

Published : Sep 14, 2022, 8:52 AM IST

ସହୀଦ ଦିବସ ପାଳନ କରିବାକୁ ମାଓବାଦୀଙ୍କ ଆହ୍ୱାନ, ଲାଗିଲା ମାଓ ପୋଷ୍ଟର

କିଛି ଦିନର ନୀରବତା ପରେ ପୁଣି କନ୍ଧମାଳରେ ବ୍ୟାନର ଲଗାଇଛି ଲାଲ ବାହିନୀ । ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ସହୀଦ ଦିବସ ପାଳନ କରିବାକୁ ତୁମୁଡିବନ୍ଧ ଥାନା ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଫୁଲବାଣୀ: କିଛି ଦିନର ନୀରବତା ପରେ ପୁଣି କନ୍ଧମାଳରେ ବ୍ୟାନର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ । ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ଶହୀଦ ଦିବସ ପାଳନ କରିବାକୁ ଆହ୍ବାନ । ଶହୀଦ ଦିବସ ଦିବସ ନେଇ ତୁମୁଡିବନ୍ଧ ଥାନା ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି ।

ସେପ୍ଟେମ୍ବର ୧୩ ସ୍ବାଧୀନତା ସଂଗ୍ରାମୀ ଯତୀନ ଦାଙ୍କ ଶହୀଦ ଦିବସ ଓ ରାଜନୈତିକ ବନ୍ଦୀ ମୁକ୍ତି ଦିବସ ପାଳନ କରିବାକୁ ସିପିଆଇ ମାଓବାଦୀଙ୍କ ପକ୍ଷରୁ ଦାବି କରାଯାଇଛି । କିଛି ଦିନର ନୀରବତା ପରେ ପୁଣି କନ୍ଧମାଳରେ ବ୍ୟାନର ଲଗାଇଛି ଲାଲ ବାହିନୀ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ତୁମୁଡିବନ୍ଧରୁ କୋଟଗଡ଼ ମୁଖ୍ୟ ରାସ୍ତା ମାଦାଗୁଡା ଗାଁକୁ ଯିବା ଛକ ନିକଟରେ ମାଓବାଦୀଙ୍କ ପକ୍ଷରୁ ଲାଲ ବ୍ୟାନର ଲଗାଯାଇଛି ।

ସହୀଦ ଦିବସ ପାଳନ କରିବାକୁ ମାଓବାଦୀଙ୍କ ଆହ୍ୱାନ, ଲାଗିଲା ମାଓ ପୋଷ୍ଟର

ସିପିଆଇ ମାଓବାଦୀ ସଙ୍ଗଠନର ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହି ମାଓ ବ୍ୟାନର ଲଗା ଯାଇଥିବା ବ୍ୟାନରରେ ଉଲ୍ଲେଖ ରହିଛି । ମାଓବାଦୀ ନାମରେ ଗିରଫ ସମସ୍ତ ବନ୍ଦୀଙ୍କୁ ରାଜନୈତିକ ବନ୍ଦୀର ମାନ୍ୟତା ଦେବାକୁ ବ୍ୟାନର ଜରିଆରେ ଆହ୍ବାନ ଦିଆଯାଇଛି । ସମସ୍ତ ବନ୍ଦୀ ମାଓବାଦୀଙ୍କୁ ନିଃସର୍ତ୍ତ ଖଲାସ କରିବା ପାଇଁ ମାଓବାଦୀମାନେ ଦାବି କରିଛନ୍ତି । ଏହା ସହିତ ମିଛ ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ ମାଓବାଦୀ ବ୍ୟାନରରେ ଉଲ୍ଲେଖ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.