ETV Bharat / state

ପୋଲିସ ଆକ୍ରମଣ ପ୍ରତିବାଦରେ SP ଅଫିସ ଘେରିଲା କଂଗ୍ରେସ

author img

By

Published : Dec 13, 2021, 10:37 PM IST

ପ୍ରଦେଶ କଂଗ୍ରେସ କାର୍ଯାଳୟ ଭିତରେ ପଶି ପୋଲିସର ଆକ୍ରମଣକୁ ପ୍ରତିବାଦ । ସୋମବାର କନ୍ଧମାଳ ଜିଲ୍ଲା କଂଗ୍ରେସ, ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଶତାଧିକ ନେତା ଓ କର୍ମୀ ମାନେ ପୋଲିସ ବିରୁଦ୍ଧରେ ସ୍ଲୋଗାନ ଦେଇ ରାଲ୍ଲିରେ ଆସି ଏସପି ଅଫିସ ଘେରାଉ କରିଥିଲେ । ଅଧିକ ପଢନ୍ତୁ

ପୋଲିସ ଆକ୍ରମଣ ପ୍ରତିବାଦରେ ଏସପି ଅଫିସ ଘେରିଲା କଂଗ୍ରେସ
ପୋଲିସ ଆକ୍ରମଣ ପ୍ରତିବାଦରେ ଏସପି ଅଫିସ ଘେରିଲା କଂଗ୍ରେସ

ଫୁଲବାଣୀ: ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯାଳୟ ଭିତରେ ସଶସ୍ତ୍ର ପୋଲିସ ପଶି ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରତିବାଦ କରିଛନ୍ତି । ସୋମବାର କନ୍ଧମାଳ ଜିଲ୍ଲା କଂଗ୍ରେସ, ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଶତାଧିକ ନେତା ଓ କର୍ମୀ ମାନେ ପୋଲିସ ବିରୁଦ୍ଧରେ ସ୍ଲୋଗାନ ଦେଇ ରାଲ୍ଲିରେ ଆସି ଏସ ପି ଅଫିସ ଘେରାଉ କରିଥିଲେ ।

ପୋଲିସ ଆକ୍ରମଣ ପ୍ରତିବାଦରେ ଏସପି ଅଫିସ ଘେରିଲା କଂଗ୍ରେସ

ଫାଟକ ଡେଇଁ କାର୍ଯାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଅଟକାଇଥିଲ । କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ପୂର୍ବତନ ସାଂସଦ ରାଧାକାନ୍ତ ଡିଗାଲଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥଲେ । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଥାନା ଅଧିକାରୀ ସୁଶାନ୍ତ ସେଠୀଙ୍କ ସମେତ ବହୁ ପୋଲିସ ଉପସ୍ଥିତ ଥିଲେ l ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଏସପିଙ୍କୁ ପ୍ରଦାନ କରିଥିଲେ l

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.