ETV Bharat / state

ଫୁଲବାଣୀରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

author img

By ETV Bharat Odisha Team

Published : Sep 27, 2023, 10:24 AM IST

ଫୁଲବାଣୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗତକାଲି ରାଷ୍ଟ୍ରୀୟ ପୋଷଣ ମାସ ମହାସମାରୋହରେ ପାଳିତ । ଅଧିକ ପଢନ୍ତୁ

6th national nutrition month
6th national nutrition month

ଫୁଲବାଣୀ: ଜିଲ୍ଲା ସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ । ଫୁଲବାଣୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗତକାଲି ରାଷ୍ଟ୍ରୀୟ ପୋଷଣ ମାସକୁ ମହାସମାରୋହର ସହିତ ପାଳିତ ହୋଇଯାଇଛି । ତେବେ ଚଳିତ ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପୋଷଣ ମାସ ପାଳନ କରାଯାଉଛି । ୨୦୩୦ ମସିହା ସୁଦ୍ଧା କୁପୋଷଣକୁ ହଟାଇବା ଏହାର ମୂଳ ଲକ୍ଷ୍ୟ ।

ଏହି ଅବସରରେ ଜିଲ୍ଲାକୁ କୁପୋଷଣମୁକ୍ତ କରିବାକୁ ହେଲେ ବିଭାଗୀୟ ଅଧିକାରୀମାନଙ୍କର ସହଯୋଗ ନିହାତି ଦରକାର ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ କହିଥିଲେ । ସେହିପରି ଅତିରିକ୍ତ ନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ଯୋଗ ଦେଇ ଅର୍ଗାନିକ୍ ସାର ପ୍ରୟୋଗ କରି ଫସଲ ଅମଳ କରିବାକୁ ଉପଦେଶ ଦେଇଥିଲେ । ସେଥିପାଇଁ କେତେ ଗୁଡ଼ିଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଙ୍କ ବିଭାଗ ଦ୍ୱାରା ଅର୍ଗାନିକ୍ ସାର ପ୍ରସ୍ତୁତ କରିବା ଓ ତାକୁ ଚାଷ କାଯ୍ୟରେ ପ୍ରୟୋଗ କରିବାକୁ ତାଲିମ ଦିଆଯାଇଥିବା କହିଛନ୍ତି । ଏହି ସାର ପ୍ରୟୋଗ କରି ମାଣ୍ଡିଆ ଚାଷ ସହିତ ମୁଗ, ବିରି, ହରଡ଼ ଭଳି ଡାଲି ଜାତୀୟ ଚାଷ ମଧ୍ୟ କରାଯାଉଛି ବୋଲି ସେ କହିଥିଲେ ।

ଅନ୍ୟପଟେ ଉଦ୍ୟାନ କୃଷି ବିଭାଗ ରମାକାନ୍ତ ଗିରି ପୋଷଣ ବିକାଶରେ ତାଙ୍କ ବିଭାଗ ଦ୍ୱାରା ଯେଉଁ ସବୁ ଯୋଜନା ରହିଛି ସେଗୁଡ଼ିକ ଉପରେ ଆଲୋଚନା କରିଥିଲେ । ସର୍ଭେ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରାୟ ୨୨ରୁ ୨୩ ହଜାର କୁପୋଷିତ ବା ଅପପୁଷ୍ଟିର ଶିକାର ହୋଇଥିବା ପରିବାରକୁ ଦୁଇ ଦୁଇଟି ଅମୃତଭଣ୍ଡା,ସଜନା,ଲେମ୍ବୁ, କଦଳୀ ଆଦି ଚାରା ଗଛ ଯୋଗାଇ ଦିଆଯାଇଥିବା କହିଥିଲେ । ତେବେ ୨୦୩୦ ସୁଦ୍ଧା କୁପୋଷଣକୁ ହଟାଇବା ସରକାରଙ୍କ ଲକ୍ଷ୍ୟ ଥିବା ବେଳେ ଏଥିସହିତ ଜଡ଼ିତ ସମସ୍ତ ବିଭାଗର ସହଯୋଗ ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ : ଶୋ’କେଶ ଓଡିଶା ଆୱାର୍ଡସ ଦ୍ୱାରା ୪ ଓଡ଼ିଆ ସମ୍ମାନିତ

ତେବେ ଏହି ଅବସରରେ ଆୟୋଜିତ ମା ଓ ଶିଶୁ, ପୋଷଣ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ କିଶୋରୀ ବାଳିକାମାନଙ୍କୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆକ୍ସନ୍ ଏଡ୍ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ, ସୁରକ୍ଷା ଓ କାର୍ଯ୍ୟକ୍ରମ ଅଧିକାରୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ, ସୁପର୍‌ଭାଇଜର୍‌, ଅଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା, ପୋଷଣ ପାଇଁ କାର୍ଯ୍ୟ କରୁଥିବା ଜିଲ୍ଲା ଓ ବ୍ଲକ ସଂଯୋଜକ, ଏନ୍‌ଓପିର ସଂଯୋଜକମାନେ ଯୋଗଦେଇଥିଲେ ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.