କନ୍ଧମାଳ ଲୁଟ୍ ମାମଲା: ୫ ଅଭିଯୁକ୍ତ ଗିରଫ

author img

By

Published : May 16, 2022, 9:28 AM IST

କନ୍ଧମାଳ ଲୁଟ୍ ମାମଲା: ୫ ଅଭିଯୁକ୍ତ ଗିରଫ

କନ୍ଧମାଳ ସୁନା, ଗହଣା, ମୋବାଇଲ ଏବଂ ବାଇକ ଜବତ ମାମଲାରେ 5 ଅଭିଯୁକ୍ତଙ୍କୁ ଧରିଲା ପୋଲିସ । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ମାମଲାରେ 5 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 20 ଗ୍ରାମ ସୁନା ଗହଣା, ଦୁଇଟି ବାଇକ ଜବତ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀ ଗାଁର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡିର କୃପାକର ମୁଖୀ ଓ ଟିକାବାଲି କଇଁଝରର ସଞ୍ଜୟ କୁମାର ମଳିକ ।

କନ୍ଧମାଳ ଲୁଟ୍ ମାମଲା: ୫ ଅଭିଯୁକ୍ତ ଗିରଫ

ମିଳିଥିବା ସୂଚନା ଅନୁସାରେ ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ଘରୁ ଗତ ଏପ୍ରିଲ ୨୩ ତାରିଖ ମଧ୍ୟ ରାତ୍ରିରେ 7 ରୁ ଊର୍ଦ୍ଧ୍ବ ଡକାୟତ ଘରେ ପସିଥିଲେ । ସେଠାରେ ଖେଳନା ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ପ୍ରଶାନ୍ତଙ୍କୁ ମାଡ଼ମାରି ବହୁ ସୁନା ଗହଣା, ମୋବାଇଲ, ଏକ ଟାବ୍ଲେଟ, 60 ହଜାର ଟଙ୍କା ଲୁଟି ନେଇଥିଲେ । 24 ତାରିଖରେ ପ୍ରଶାନ୍ତ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ମୋବାଇଲ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୋଲିସ । ଜଣ ଜଣ କରି ପୋଲିସ 5 ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ 20 ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ ଫୋନ, ଦୁଇଟି ବାଇକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଥାନାରେ 26/22ରେ ମାମଲା ରୁଜୁ ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.