ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା

author img

By

Published : Sep 26, 2021, 11:55 AM IST

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ପୋଖରୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ୍ୟୁକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ...

ଭବାନୀପାଟଣା: ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ପରିବାର ଲୋକେ । ସେପଟେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାସୁଝା କଲା ପରେ ଶାନ୍ତ ପଡିଥିଲା ସ୍ଥିତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ତି ଜିଲ୍ଲା ବୋଡେ଼ନ ଗାଁରେ ।

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ସୂଚନା ଅନୁସାରେ, ନକୁଳଙ୍କୁ ତାଙ୍କ ସାଙ୍ଗ ଗିରିଧାରୀ ଦାବରିପଦର ଗାଁ ନିକଟ ପୋଖରୀକୁ ବୁଲି ଆସିବାକୁ କହିଥିଲେ। ସେହି ସମୟରେ ତାଙ୍କ ସହିତ ଗାଁର ଦଶରଥ ଶବର ଓ ସୋମବାରୁ ଭାଇସାଲ ମଧ୍ୟ ଥିଲେ। ହେଲେ କିଛି ସମୟ ପରେ ଗିରିଧାରୀ ନକୁଳଙ୍କ ଘରକୁ ଆସି ସେ ପୋଖରୀରେ ବୁଡି ଯାଇଥିବା କହିଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରି ଥାନାକୁ ଜଣାଇଥିଲେ। ଖବର ପାଇ ଧର୍ମଗଡ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଗାଁରେ ଲାଗି ରହିଥିଲା ଚାପା ଉତ୍ତେଜନା।

ପରେ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଥିଲା । ନକୁଳଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ମୃତଦେହକୁ ଧରି ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ପୋଲିସ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି। ଘଟଣା ପର ଠାରୁ ସୋମବାରୁ ଓ ଦଶରଥ ଫେରାର ଥିବା ବେଳେ ପୋଲିସ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖିଥିବା ଜଣାପଡିଛି।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.