ETV Bharat / state

ମା’ ମୃତଦେହ ନିକଟରେ ୨ ବର୍ଷୀୟ ଶିଶୁ ରହିବା ଘଟଣା, ଉଦ୍ଧାର କଲା CWC

author img

By

Published : Nov 13, 2021, 5:51 PM IST

ମା’ ମୃତଦେହ ନିକଟରେ ରାତିତମାମ ୨ ବର୍ଷର ଶିଶୁ ରହିବା ଘଟଣାରେ ଶିଶୁକୁ ଉଦ୍ଧାର କଲା କଳାହାଣ୍ଡି ଜିଲ୍ଲା ଶିଶୁ ବିଭାଗ । ଅଧିକ ପଢନ୍ତୁ...

Two year child in his morther deadbody
ମା ମୃତଦେହ ନିକଟରେ ୨ ବର୍ଷ ଶିଶୁ ରହିବା ଘଟଣା

ଭବାନୀପାଟଣା: ମା’ର ମୃତଦେହ ନିକଟରେ ଥିବା ୨ ବର୍ଷୀୟ ଶିଶୁକୁ ଉଦ୍ଧାର କଲା କଳାହାଣ୍ଡି ଜିଲ୍ଲା ଶିଶୁ ବିଭାଗ । ପୋଲିସ ସହାୟତାରେ ଶିଶୁକୁ ଉଦ୍ଧାର କରିଛି କଳାହାଣ୍ଡି ଶିଶୁ ମଙ୍ଗଳ ସମିତି ।

ମା ମୃତଦେହ ନିକଟରେ ୨ ବର୍ଷ ଶିଶୁ ରହିବା ଘଟଣା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଦର୍ପଣ ସାଗର ପଡ଼ାରେ ଗତ ୬ ତାରିଖରେ ମା ମୃତଦେହ ନିକଟରେ ମା ହାତକୁ ଧରି ୨ ବର୍ଷର ଶିଶୁ ପୁଅ ଚାହିଁ ରହିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଶିଶୁଟିର ପରିବାର କୌଣସି ପରିଚୟ ମିଳିନଥିବା ବେଳେ ଶିଶୁକୁ ଉଦ୍ଧାର କରିବା ସହ ଶିଶୁ ଯତ୍ନ ଅନୁଷ୍ଠାନରେ ରଖିଛି ଜିଲ୍ଲା ଶିଶୁ ମଙ୍ଗଳ ସମିତି।

ଏହା ସହ ଶିଶୁଟିର ପରିବାର କିମ୍ବା ଶିଶୁଟିର ସମ୍ପର୍କୀୟଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛି ଜିଲ୍ଲା ଶିଶୁ ମଙ୍ଗଳ ସମିତି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.