ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

author img

By

Published : Dec 31, 2022, 12:18 PM IST

କଲମପୁର ଜୁନାଗଡ଼ ରାଜ୍ୟ ରାଜପଥ ତାଲପଦର ଗ୍ରାମରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

two died road accident in kalahandi
two died road accident in kalahandi

ଭବାନୀପାଟଣା: କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କଲମପୁର ଜୁନାଗଡ଼ ରାଜ୍ୟ ରାଜପଥ ତାଲପଦର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁଇ ମୃତକ ହେଉଛନ୍ତି ଇଚ୍ଛାପୁର ଗାଁର ଦୁତି ବାହାନ ପୁଝାରୀ ଓ ଟିକେଲାଲ ପାତ୍ର ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଇଚ୍ଛାପୁର ଗାଁର ଟିକେଲାଲ ପାତ୍ର କୌଣସି କାମରେ ଜୁନାଗଡ଼ ଯାଇ ଫେରୁଥିଲେ । ସେହି ସମୟରେ ଦୁତି ବାହାନ ପୁଝାରୀ ଜୁନାଗଡ଼କୁ ଯାଉଥିବା ସମୟରେ ତାଲପଦର ଗାଁ ନିକଟ ବୁଲାଣିରେ ପରସ୍ପରଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଟିକେଲାଲ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଗୁରୁତର ଦୁତିବାହାନକୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଓଡ୍ରାଫ ଟିମ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଥିବା ବେଳେ ପରିବାର ଲୋକଙ୍କୁ ଦୁଇ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା । ପୋଲିସ ଏହି ଦୁର୍ଘଟଣା ନେଇଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-Hockey World Cup: ଖେଳାଳିଙ୍କ ହୋଟେଲ ବୁଲି ଯାଞ୍ଚ କଲେ ଡିସିପି

ସେହିପରି ଗତକାଲି କେନ୍ଦ୍ରାପଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଏକ ଯାତ୍ରୀବାହୀ ଅଟୋ ଯାଉଥିବା ବେଳେ ବଳଭଦ୍ରପୁର ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଅଟୋ ଉପରେ ଏକ ଅଜଣା ଗାଡି ମାଡିଯିବାରୁ ସେଥିରେ ଥିବା 3ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଅଟୋଟି ଭଙ୍ଗାରୁଜା ଅବସ୍ଥାରେ ପଡିରହିଥିବା ବେଳେ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଥିଲା । ତିନି ମୃତକ ହେଉଛନ୍ତି ଆଳି ଥାନା ଅନ୍ତର୍ଗତ ଜାମୁଦଣ୍ଡା ଗାଁର ଆଶିଷ ବେହୁରା,ଅଟୋ ଚାଳକ ଭୁବନେଶ୍ୱର ପୋଲିସ କଲୋନୀର ହେମନ୍ତ ସୁନ୍ଦରରାୟ ଓ ଅନ୍ୟ ଜଣେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.