Maoist Couple Ties knot: ଲାଲଗଡରେ ପ୍ରେମ, ପୋଲିସ ଷ୍ଟେସନରେ ବିବାହ

author img

By

Published : Apr 22, 2022, 10:38 PM IST

Updated : Apr 22, 2022, 11:07 PM IST

ଲାଲଗଡରେ ପ୍ରେମ, ପୋଲିସ ଷ୍ଟେସନରେ ବିବାହ

ଯେଉଁ ହାତରେ ଦିନେ ଥିଲା କ୍ରୁର ବନ୍ଧୁକ, ସେ ହାତରେ ଆଜି କୋମଳ ବରଣମାଳ । ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିବାହ ବନ୍ଧରେ ବାନ୍ଧିହେଲେ ଲାଲ ବାହିନୀର ଯୁବକଯୁବତୀ । ଅଧିକ ପଢନ୍ତୁ

ଭବାନୀପାଟଣା: ଯେଉଁ ହାତରେ ଦିନେ ଥିଲା କ୍ରୁର ବନ୍ଧୁକ, ସେ ହାତରେ ଆଜି କୋମଳ ବରଣମାଳ । ଯେଉଁ ଯୁବକଯୁବତୀ ଦିନେ ନିଜ ଜୀବନକୁ ବାଜି ଲଗାଇଥିଲେ, ଅନ୍ୟର ଜୀବନ ନେବାକୁ ବି ପଛାଉ ନଥିଲେ, ସେମାନେ ଆଜି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ଏ ହେଉଛନ୍ତି ରାମଦାସ ଓ କଲମଦେଇ । ଦିନେ ମାଓବାଦୀଙ୍କ ସହ ମିଶିଥିଲେ, ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି ।

ଲାଲଗଡରେ ପ୍ରେମ, ପୋଲିସ ଷ୍ଟେସନରେ ବିବାହ

ଦିନେ ଯେଉଁ ପୋଲିସ ବିରୁଦ୍ଧରେ ରଣହୁଙ୍କାର ଦେଉଥିଲେ, ଆଜି ସେହି ପୋଲିସ କନ୍ୟାଦାନ କରୁଛି । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ନିରୀହ ଦିଶୁଥିବା ଏହି ପୁଅଝିଅ ଦିନେ ଲାଲ ବାହିନୀ ସହ ମିଶି ପ୍ରଶାସନକୁ ନାଲି ଆଖି ଦେଖାଉଥିଲେ । କଲମଦେଇ ମାଝୀ ୫ ବର୍ଷ ଧରି ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ କମିଟି ମାଓ ସଂଗଠନରେ ସାମିଲ ହୋଇଥିଲେ ।

ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବନ୍ଧୁକ ଛାଡି ୨୦୧୬ ମସିହାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।ସେହିଭଳି କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼ ମାଓ ସଂଗଠନର ଏରିଆ କମିଟି ମେମ୍ବର ଭାବରେ ଛତିଶଗଡ଼ ରାଜ୍ୟ ବିଜେପୁରର ରାମଦାସ ଦୀର୍ଘ ୧୦ ବର୍ଷ ଧରି ମାଓ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ ୨୦୨୦ ମହିସାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ରାମଦାସ ।

ଏକଦା ମାଓ ସଂଗଠନରେ ସାମିଲ ଥିବା ରାମଦାସ ଓ କଲମଦେଇ ସରକାରଙ୍କ ଆହ୍ୱାନ କ୍ରମେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ମାଓ ସଂଗଠନରେ ଥିଲାବେଳେ ହିଁ ଦୁହିଁଙ୍କ ମନ ଭିତରେ ପ୍ରୀତିର ବାସ୍ନା ଚହଟି ଥିଲା । କିନ୍ତୁ କେହି କାହାକୁ କହିପାରି ନଥିଲେ । ଏବେ ସମାଜର ମୁଖ୍ୟ ସ୍ରୋତକୁ ଆସିବା ପରେ ଦୁହେଁ ଦୁହିଁଙ୍କୁ ମନକଥା କହିଛନ୍ତି । ଆଉ ସେମାନଙ୍କ ସ୍ୱପ୍ନ ସାକାର କରିଛନ୍ତି କଳାହାଣ୍ଡି ପୋଲିସ । ସେପଟେ କଳାହାଣ୍ଡି ଏସପି, ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ଲାଲ ବାହିନୀର ଯୁବକଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି ।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated :Apr 22, 2022, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.