ETV Bharat / state

13 କେଜି ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

author img

By

Published : May 22, 2022, 7:53 PM IST

କଳାହାଣ୍ଡି ଜିଲ୍ଲାରେ ବଜ୍ରକାପ୍ତା ଉଦ୍ଧାର । ବନ ବିଭାଗ ସାହାଯ୍ୟରେ ୧୩ କି.ଗ୍ରା ଓଜନର ବଜ୍ରକାପ୍ତା ଉଦ୍ଧାର କଲା ସ୍ୱତନ୍ତ୍ର ଟାସ୍କଫୋର୍ସ । ଜଣେ ଗିରଫ । ଅଧିକ ପଢ଼ନ୍ତୁ

ବଜ୍ରକାପ୍ତା ଉଦ୍ଧାର କଲା ଏସ.ଟି.ଏଫ: ଜଣେ ଗିରଫ
ବଜ୍ରକାପ୍ତା ଉଦ୍ଧାର କଲା ଏସ.ଟି.ଏଫ: ଜଣେ ଗିରଫ

ଭବାନୀପାଟଣା: ଏସଟିଏଫ ହାତରେ ବଜ୍ରକାପ୍ତା । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଞ୍ଚଳରେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ଓ ବନ ବିଭାଗ । ଜଣେ ଗିରଫ ।

ସୂଚନା ଅନୁଯାୟୀ ନର୍ଲା ରେଞ୍ଜ ଅଞ୍ଚଳର କାର୍ଲାଖୁଣ୍ଟା ଅଞ୍ଚଳରେ ବଜ୍ରକାପ୍ତା ଚାଲାଣ ହେଉଥିବା ନେଇ ଏସଟିଏଫ ଟିମ ସୂଚନା ପାଇଥିଲା । ବନ ବିଭାଗ ସାହାଯ୍ୟରେ କାର୍ଲାଖୁଣ୍ଟା ଗାଁରେ ଚଢ଼ାଉ କରି ୧୩ କେଜିର ଜୀଅନ୍ତା ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ ଟିମ । ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରକୁ ଗିରଫ କରିବା ସହ ବଜ୍ରକାପ୍ତା ଓ ଅଭିଯୁକ୍ତକୁ କଳାହାଣ୍ଡି ଉତ୍ତର ବନ ଖଣ୍ଡକୁ ହସ୍ତାନ୍ତର କରିଛି ସ୍ୱତନ୍ତ୍ର ଟାସ୍କଫୋର୍ସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.