କଳା ପଲସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପି ନେଲା ହାର

author img

By

Published : Sep 20, 2021, 10:39 PM IST

କଳା ପଲ୍ସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପିନେଲା ହାର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏବେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ବିପହରେ ମହିଳାଙ୍କ ବେକରୁ ହାର ଝାମ୍ପି ନେଲେ ଲୁଟେରା । ଅଧିକ ପଢନ୍ତୁ...

ଭବାନୀପାଟଣା: ସହରରେ ଏବେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ବିପହରେ ମହିଳାଙ୍କ ବେକରୁ ହାର ଝାମ୍ପି ନେଲେ ଲୁଟେରା। ପୋଲିସ ସୂଚନା ଅନୁଯାୟୀ ଭବାନୀପାଟଣା ସହର ଇରିଗେସନ କଲୋନୀ ଲେନ ନମ୍ବର ୮ରେ ଥିବା ଏକ ଗ୍ରୋସରୀ ଦୋକାନକୁ ଗ୍ରାହକ ବେଶରେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ମହିଳାଙ୍କ ବେକରୁ ହାର ଝାମ୍ପି ନେଇଛନ୍ତି ।

କଳା ପଲ୍ସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପିନେଲା ହାର
ଏନେଇ ମହିଳା ଜଣକ ଟାଉନ ଥାନାରେ ଅଭିଯୋଗ କରିଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସମ୍ପୂର୍ଣ୍ଣ ଭବାନୀପାଟଣା ସହର ପୋଲିସର ସିସିଟିଭି ସ୍କାନରରେ ରହିଥିବାବେଳେ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ଟେର ପୋଲିସ ପାଇସାରିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । ବିଗତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଳା ପଲସର ଆତଙ୍କ ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.