ETV Bharat / state

କଳାହାଣ୍ଡିରେ ବସିଲା ଜିଲ୍ଲା ଯୋଜନା କମିଟି ବୈଠକ

author img

By

Published : Aug 20, 2023, 12:05 PM IST

ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

planning committee meeting
planning committee meeting

planning committee meeting

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିସହ ବିଭିନ୍ନ ବିଭାଗର ବାର୍ଷିକ ଖର୍ଚ୍ଚ ପାଇଁ ବଜେଟ ଅନୁମୋଦନ ଓ ବିଜୁ କେବିକେ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।

ତେବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଆୟ ଉତ୍ପାଦନ କାର୍ଯ୍ୟ କରି ଅଧିକ ଆୟ ରୋଜଗାର କରୁଛନ୍ତି । ଯାହାଦ୍ବାରା କଳାହାଣ୍ଡି ବହୁତ ଉନ୍ନତି କରୁଛି ବୋଲି ମନ୍ତ୍ରୀ ଟୁକୁନି ସାହୁ ଏହି ବୈଠକରେ କହିଥିଲେ । ସେହିପରି ଖୁବ ଶୀଘ୍ର ଉତ୍କେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଜିଲ୍ଲାର ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ ଟୁକୁନି ସାହୁ । ନୂତନ ଏକାଡେମିକ ଅଧିବେଶନ ପାଇଁ କଳାହାଣ୍ଡି ମେଡିକାଲ କଲେଜରେ ଛାତ୍ରୀଛାତ୍ରଙ୍କ ଆଡମିଶନ ଚାଲିଛି । ଏହାସହ ଜିଲ୍ଲାର ୫ଟି ଡାକ୍ତରଖାନାକୁ ଆମ ହସ୍ପିଟାଲ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି ବୋଲି କହିଥିଲେ ।

ସେହିପରି ୫ଟି ରେ ସମସ୍ତ ସରକାରୀ ଓ ସହାୟକ ହାଇସ୍କୁଲ ଅନ୍ତର୍ଭୁକ୍ତ ହେବା ସହ ଭବାନୀପାଟଣା ବସଷ୍ଟାଣ୍ଡ କାମ ଖୁବ ଶୀଘ୍ର ସମାପନ ହେବ । ଜିଲ୍ଲାର କୋକସରା ବ୍ଳକ ଡୋକ୍ରିଚଞ୍ଚରା ଓ ଗୁଡହାଣ୍ଡି ପର୍ଯ୍ୟଟନସ୍ଥଳୀର ନିର୍ମାଣ ଓ ବିକାଶ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଥିଲେ । ଧର୍ମଗଡ ସହରରେ ସିସିଟିଭି ଲଗେଇବା ପାଇଁ ଡବ୍ଲୁଓଡିସି ପକ୍ଷରୁ ଅନୁମୋଦନ ହୋଇଥିବାବେଳେ ଇନ୍ଦ୍ରାବତୀ ପାର୍କ ଓ ସଂଗ୍ରାହଳୟ କାର୍ଯ୍ୟ ଚାଲିଛି । ଅନ୍ୟପଟେ ବିଜୁ କେବିକେ ଅଧିନରେ ୨୦୨୩ - ୨୪ ରେ ୧୯୬ଟି ପ୍ରକଳ୍ପ ପାଇଁ ୬୫୦ ଲକ୍ଷ ବିଡିଓଙ୍କ ଠାରୁ ଗ୍ରହଣ କରାଯାଇଛି । ବିସ୍ତୃତ ଆଲୋଚନା ପରେ ଜିଲ୍ଲା ଯୋଜନା କମିଟି ବିଜୁ କେବିକେ ଯୋଜନାକୁ ୬୫୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ବୋଲି ଡିପିଏମୟୁ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ କହିଥିଲେ ।

ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡି ଗସ୍ତରେ କୃଷିମନ୍ତ୍ରୀ, ଚାଷକୁ ନେଇ ସମୀକ୍ଷା ବୈଠକ

ତେବେ କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଜିଲ୍ଲାରେ PMFBYରେ ୧ ଲକ୍ଷ ୪୬ ହଜାର ଚାଷୀଙ୍କର ଫସଲ ବୀମା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୪ହଜାର ୮୭୨ଜଣ ଚାଷୀଙ୍କର ୧ଲକ୍ଷ ୩୭ହଜାର ୪୩୦ହେକ୍ଟର ଜମିରେ ଫସଲ ବୀମା କରାଯାଇଛି । ସମ୍ମାନିତ କୃଷି ପ୍ରଣାଳୀ ରେ କଳାହାଣ୍ଡି ଜିଲ୍ଲା ପାଇଁ ୨୦୨୨ - ୨୩ ମସିହାରେ ୬୭ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ଯୋଜନା ମିଶନରେ ୧୬୫୦ ହେକ୍ଟର ଜମିରେ ଡାଲି ଜାତୀୟ ଓ ଅନ୍ୟାନ ଫସଲ କରାଯାଇଛି । ଓଡିଶା ମିଲେଟ ମିଶନ ଜରିଆରେ ଜିଲ୍ଲାର ୮ଟି ବ୍ଳକର ୮୨୯୫ ହେକ୍ଟର ଚାଷ ଜମିରେ ମାଣ୍ଡିଆ ଓ ଅନ୍ୟାନ ମିଲେଟ ଜାତୀୟ ସଂସଳ କରାଯାଇଛି ବୋଲିଏହି ବୈଠକରେ କୁହାଯାଇଥିଲା । ତେବେ ଏହି ବୈଠକରେ ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ନର୍ଲା ବିଧାୟକ ଭୂପିନ୍ଦର ସିଂ,ଜିଲ୍ଲାପାଳ ପି.ଅନ୍ଵେଷା ରେଡ଼ି ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.