ବଫଲାମାଳି ଖଣିଖନନକୁ ନେଇ କଂଗ୍ରେସର ତୀବ୍ର ବିରୋଧ

author img

By

Published : Sep 27, 2022, 12:03 PM IST

ବଫଲାମାଳି ଖଣିଖନନକୁ ନେଇ କଂଗ୍ରେସର ତୀବ୍ର ବିରୋଧ

କଳାହାଣ୍ଡି ଜିଲ୍ଲାରେ ବକ୍ସାଇଟପୂର୍ଣ୍ଣ ବଫଲାମାଳି ପାହାଡ଼ ଖଣି ରହିଛି । ଏହି ଖଣିରେ ଚାଲିଥିବା ଖଣି ଖନନକୁ ତୀବ୍ର ବିରୋଧ କରିଛି କଂଗ୍ରେସ (Stop Baflamali mining) । ଯେଉଁ ଆଶା ଦେଇ କମ୍ପାନୀ ଏଠାରେ ଖଣି ଖନନ କରୁଥିଲା ତାହା ପୂରଣ କରୁନାହିଁ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ବଣପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ଭରି ରହିଛି ଖଣିଜ ସମ୍ପଦ । ଯାହାଉପରେ ନଜର ରହିଛି ଉତ୍କଳ ଆଲୁମିନା କମ୍ପାନୀର । ଏହି କମ୍ପାନୀ ଅଞ୍ଚଳର ସାମଗ୍ରିକ ବିକାଶର ପ୍ରତିଶ୍ରୁତି ଦେଇ ବଫଲାମାଳି ପାହାଡ଼ ଖଣିରୁ ଖଣିଖନନ କରୁଛି (stop Baflamali mining)। ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଉପରେ ଗୁରୁତ୍ୱ ଏବଂ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ବେକାରୀ ସମସ୍ୟା ଦୂରୀକରଣ ପାଇଁ ପ୍ରତିବଦ୍ଧତା ଦେଇ ଲୁଟି ଚାଲିଛି ଖଣିଜ ସମ୍ପଦ । ହେଲେ ସ୍ଥାନୀୟ ଲୋକଙ୍କ ପାଇଁ ଏସବୁ ଦିବା ସ୍ବପ୍ନ ପାଲଟିଛି ।

ବଫଲାମାଳି ଖଣିଖନନକୁ ନେଇ କଂଗ୍ରେସର ତୀବ୍ର ବିରୋଧ

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କମ୍ପାନୀ ଭୁଲି ଯାଇଛି । ଏହା ଜଣାପଡ଼ିବା ପରେ ବିକାଶର ନାରାଦେଇ ଠକୁଥିବା କମ୍ପାନୀ ବିରୋଧରେ ଆଜି ବଫଲାମାଳି ପାହାଡ଼ରେ ଗର୍ଜିଛି କଂଗ୍ରେସ (Congress Protest to stop Baflamali mining at Kalahandi) । ସୂଚନାନୁସାରେ ବକ୍ସାଇଟପୂର୍ଣ୍ଣ ବଫଲାମାଳି ପାହାଡ଼ ଖଣିରୁ କଞ୍ଚାମାଲ ଉତ୍ତୋଳନ କରିବା ପାଇଁ ଉତ୍କଳ ଆଲୁମିନା କମ୍ପାନୀକୁ ଟେକି ଦେଇଛନ୍ତି ସରକାର ।

କମ୍ପାନୀ ସ୍ଥାପନ ସମୟରେ ଖଣି ଖନନ ଦ୍ବାରା ପ୍ରଭାବିତ ଅଞ୍ଚଳ ଗୋପୀନାଥପୁର, ମାଳିଗାଁ ଏବଂ ଅଡ୍ରୀ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ଅନେକ ଗାଁର ପାରିପାର୍ଶ୍ବିକ ବିକାଶ ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଉପରେ ଗୁରୁତ୍ୱ ଏବଂ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କର୍ମସଂସ୍ଥାନ ଯୋଗାଇ ବେକାରୀ ସମସ୍ୟା ଦୂରୀକରଣ ପାଇଁ ପ୍ରତିଶ୍ରୁତି ରଖିଥିଲା କମ୍ପାନୀ ।

ହେଲେ ଆଜି ପର୍ଯ୍ୟନ୍ତ ଏସବୁ ଦିବା ସ୍ବପ୍ନ ପାଲଟିଥିବା ସହିତ ପ୍ରଭାବିତ ଅଞ୍ଚଳବାସୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ । କାମଧନ୍ଦା ନପାଇ ନିଜ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ଅଞ୍ଚଳରେ କମ୍ପାନୀ ଥାଇ ଏଭଳି ସମସ୍ୟା ଉପୁଜୁଥିବାବେଳେ ଅଞ୍ଚଳର ବେକାର ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ଓ ଅଞ୍ଚଳର ସାମଗ୍ରିକ ବିକାଶ କରିବା ଆଦି ଦାବି ନେଇ ଗୋପୀନାଥପୁରଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ସମାବେଶରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ବେମାଲ, କଂଗ୍ରେସ ନେତା ମୁର୍ଲି ନାଏକଙ୍କ ସମେତ ଖଣି ପ୍ରଭାବିତ ଅଞ୍ଚଳର ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ଆଗାମୀ ଏକ ମାସ ମଧ୍ୟରେ ସରକାର ଓ ବଫଲାମାଲି ଖଣିଖନନ ଦାୟିତ୍ୱରେ ଥିବା ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଏହି ଦାବି ପ୍ରତି ପଦକ୍ଷେପ ନିଆନଗଲେ ବଫଲା ମାଳି ଖଣି ଅଞ୍ଚଳରୁ ଖଣିଖନନକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.