ଆଜି ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଘୁମୁରା ବାଦ୍ୟରେ କମ୍ପୁଛି କଳାହାଣ୍ଡି

author img

By

Published : Oct 13, 2021, 8:43 AM IST

ଆଜି ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ବାଜା ବାଦ୍ୟରେ କମ୍ପୁଛି ପୀଠ

ଆଜି(ବୁଧବାର) ମା'ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ମୂଳାଷ୍ଟମୀ ତିଥିରେ ମୁଣ୍ଡବସାଠାରୁ ଆରମ୍ଭ ହୋଇଥିବା ମାଣିକେଶ୍ବରୀଙ୍କ ଦଶହରା ଯାତ ବା ଛତର ଯାତ ବିଜୟା ଦଶମୀ ତିଥିରେ ଶେଷ ହେବ । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର କଳାହାଣ୍ଡି । ଅଧିକ ପଢନ୍ତୁ....

ଭବାନୀପାଟଣା: ଜିଲ୍ଲାର ପ୍ରସିଦ୍ଧ ଠାକୁରାଣୀ ମା' ମାଣିକେଶ୍ବରୀ । ଆଜି(ବୁଧବାର) ମା'ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ମୂଳାଷ୍ଟମୀ ତିଥିରେ ମୁଣ୍ଡବସାଠାରୁ ଆରମ୍ଭ ହୋଇଥିବା ମାଣିକେଶ୍ବରୀଙ୍କ ଦଶହରା ଯାତ ବା ଛତର ଯାତ ବିଜୟା ଦଶମୀ ତିଥିରେ ଶେଷ ହେବ । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର କଳାହାଣ୍ଡି ।

ମଙ୍ଗଳବାର ମା' ମାଣିକେଶ୍ବରୀଙ୍କ ପୀଠରେ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଥିଲା । ଏହପରେ ଆଜି ସକାଳୁ ବାଜା ବାଦ୍ୟରେ ଗୁଞ୍ଜରିତ ହୋଇଥିଲା ପୀଠ । ଗଡଜାତର ଐତିହାସିକ ବଳିଯାତ୍ରାରେ ଲୋକବାଦ୍ୟ ଓ ଲୋକ ସଂଗୀତ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି । ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ । ଆଉ ଏହି ପର୍ବରେ ଷୋହଳଭର୍ଣ୍ଣି ଢୋଲ ବାଦ୍ୟ ସାଙ୍ଗକୁ ମାଳେଶ୍ରୀ ଗୀତର ବ୍ୟବହାର ହୋଇଥାଏ ।

କୋରୋନା ଗାଇଡଲାଇନ ଅନୁଯାୟୀ ପୋଲିସ ଓ ପ୍ରଶାସନ ପକ୍ଷରୁ ମଙ୍ଗଳବାର ରାତି ୮ରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହୋଇଛି । ଗୁପ୍ତନୀତି ପରେ ସକାଳ ପ୍ରାତଃ ୬ଟାରୁ ମନ୍ଦିରରୁ ଜେନାଖାଲ ଅଭିମୁଖେ ବାହାରିଛନ୍ତି ମା' । ସେଠାରେ ରୀତିନୀତି ଓ ପୂଜାର୍ଚ୍ଚନା ପରେ ଜେନାଖାଲରୁ ଛତର ଯାତ୍ରାରେ ବାହାରିବେ ମା' ମାଣିକେଶ୍ବରୀ ।

36 ପାଟକ ବା ସଂପ୍ରଦାୟର ସେବାୟତ ଏହି ଯାତ୍ରାରେ ନିୟୋଜିତ ହୋଇଥିବା ବେଳେ ସେବାୟତମାନଙ୍କ ବୁବି ସହିତ ମାଲେଶ୍ରୀ ରାଗର ମଧୂର ମୂର୍ଛନା ତୋଳି ଗାୟନ ବଳୀ ପର୍ବ ପାଳନ କରାଯାଏ । ଗାୟନ ବଳିରେ ମାଲେଶ୍ରୀ ରାଗର ଭଜନ ଜଣେ ସେବାୟତ ବଳୀର ଡାହାଣ କର୍ଣ୍ଣରେ ଗାଆନ୍ତି । ମାଲେଶ୍ରୀ ଭଜନ, ଗିନିର ଧ୍ୱନି ସହିତ ଢୋଳ ବାଦ୍ୟର ଷୋହଳଭର୍ଣ୍ଣୀ ବାଦ୍ୟର ଗୁରୁଗମ୍ଭିର ଧ୍ବନି ଏହି ଯାତ୍ରାରେ ଦେବୀ ଖମ୍ବେଶ୍ବରୀଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତମାନଙ୍କୁ ଟାଣି ଆଣେ । ତେବେ ପ୍ରାଚୀନ ମାଲେଶ୍ରୀ ରାଗର ଭଜନ ସହିତ ଖାଡି ପରେ ଖାଡି ଷୋହଳଭର୍ଣ୍ଣି ବାଦ୍ୟ ଏହି ଯାତ୍ରାକୁ ବେଶ ଆକର୍ଷଣୀୟ କରିଛି ବୋଲି ଗବେଷକମାନଙ୍କ ମତ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.