ବିନା ଭକ୍ତରେ ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା

author img

By

Published : Sep 25, 2021, 4:56 PM IST

ବିନା ଭକ୍ତରେ ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା

କଳହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ବିନା ଭକ୍ତରେ ହେବ ପାଳନ । ଅଧିକ ପଢନ୍ତୁ...

ଭବାନୀପାଟଣା: ଆସନ୍ତା ୧୩ ତାରିଖରେ ପାଳିତ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଆଜି(ଶନିବାର) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିନା ଭକ୍ତରେ ପୁରୀ ରଥଯାତ୍ରା ଭଳି କୋଭିଡ଼ କଟକଣାକୁ ପାଳନ କରି ଏହି ଯାତ୍ରା ଅନୁଷ୍ଠିତ ହେବ ।

ବିନା ଭକ୍ତରେ ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା

ଏଥିପାଇଁ ୧୨ ତାରିଖ ସନ୍ଧ୍ୟାରୁ ଭବାନୀପାଟଣା ସହର ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଯିବା ସହ ସହରରେ ୧୪୪ ଧାରା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ପରମ୍ପରା ଅନୁଯାୟୀ ୧୨ତାରିଖ ମଧ୍ୟରାତ୍ରୀରେ ମାଣିକେଶ୍ବରୀଙ୍କ ବିଜୟ ପ୍ରତିମା ଛତରକୁ କେବଳ ୨୦ ଜଣ ସେବାୟତ ଓ ପାରମ୍ପରିକ ଜେନା ବାଦ୍ୟକାର ମନ୍ଦିରରୁ ବାହାର କରି ଜେନା ଖାଲ ଯିବେ ।

ଜେନାଖାଲ ଠାରେ ବିଧିପୂର୍ବକ ପୂଜାନୀତି ପରେ ୧୩ତାରିଖ ଭୋରରେ ଛତର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏଥିରେ ପରମ୍ପରା ଅନୁଯାୟୀ କେବଳ ଗୋଟିଏ ମାତ୍ର ଘୁମୁରା ନୃତ୍ୟ ଦଳ ଛତର ସମ୍ମୁଖରେ ବାଦ୍ୟ ବଜାଇ ମନ୍ଦିର ପର୍ଯ୍ୟନ୍ତ ଆସିବାକୁ ଅନୁମତି ଦିଆଯାଇଛି। ଛତର ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତ ଓ ବାଦ୍ୟକାରଙ୍କ କୋଭିଡ଼ ପରୀକ୍ଷା କରାଯିବା ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି କଳାହାଣ୍ଡି SP ସୂଚନା ଦେଇଛନ୍ତି । ଅନୁଷ୍ଠିତ ବୈଠକରେ ପୌର ବିଭାଗ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଭିନ୍ନ ସଂଗଠନ କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.