ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମ୍ମିଳନୀ

author img

By

Published : Dec 29, 2022, 9:25 PM IST

Bar Association Conference

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ଓ ଓକିଲଙ୍କୁ ଗିରଫ କରାଯିବା ମାମଲାରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ ତୁହାକୁ ତୁହା ବୈଠକ କରୁଛି । ହେଲେ ବାହାରୁନି ନିଷ୍କର୍ସ । ଅଧିକ ପଢ଼ନ୍ତୁ

ପଶ୍ଚିମଓଡ଼ିଶା ଓକିଲ ସଂଘ ସମ୍ମିଳନୀ

ଝାରସୁଗୁଡ଼ା: ଆଜି ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ୩୭ଟି ଓକିଲ ସଂଘ ଯୋଗଦେଇଥିଲେ । ଏଥିରେ ବିଶେଷ କରି ଗତ ୧୨ ଡିସେମ୍ବରରେ ସମ୍ବଲପୁରରେ ଯେଉଁ ଘଟଣା ଘଟିଥିଲା ଓ କିଛି ଓକିଲଙ୍କୁ ଗିରଫ କରାଯାଇଥିଲା ସେ ବିଷୟରେ ଆଲୋଚନା କରାଯାଇଥିଲା ।

ସମ୍ବଲପୁରରେ ଓକିଲଙ୍କୁ ଗିରଫ କରାଯିବା ପରେ କୋର୍ଟ କାର୍ଯ୍ୟରେ ମଧ୍ୟ ଅସୁବିଧା ଉପୁଜିଛି । କୌଣସି କାମ ସୁରୁଖୁରୁରେ ଚାଲୁନାହିଁ । କେବଳ ସେତିକି ନୁହେଁ ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ମଧ୍ୟ ଆଲୋଚନା କରି ଆଗକୁ କଣ ପଦକ୍ଷେପ ଗ୍ରହଣ କରିବେ ତାହା ସ୍ପଷ୍ଟ କରିବ ସଂଘ ବୋଲି ଝାରସୁଗୁଡା ଜିଲ୍ଲା ଓକିଲ ସଂଘର ସଭାପତି ତ୍ରିନାଥ ଗୁଆଲ କହିଛନ୍ତି ।

ଏ ସମ୍ପର୍କରେ ଝାରସୁଗୁଡ଼ା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ କହିଛନ୍ତି, "ଝାରସୁଗୁଡାରେ ଆଜି ଜିଲ୍ଲା ବାର ଆସୋସିଏସନ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଯେ, ଚଳିତ ମାସ ୧୨ ତାରିଖ ଦିନ ସମ୍ବଲପୁର କୋର୍ଟ କ୍ୟାମ୍ପସରେ ଯେଉଁ ଅଘଟଣ ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଏଥିରେ ଅନେକ ଓକିଲ ଏବେ ବି ସମ୍ବଲପୁର ଜେଲରେ ଅଛନ୍ତି । ଫଳରେ କୋର୍ଟ କାମ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି ସମ୍ବଲପୁରରେ । ଅନ୍ୟପକ୍ଷରେ ଓକିଲ ସମାଜର ଯେଉଁ ଡିଗନିଟି ରହିଛି ତାହା ମଧ୍ୟ ଅନେକ କ୍ଷେତ୍ରରେ ନିରାଶ ପାଇଛି । ସେଥିପାଇଁ ଏହାକୁ କିପରି ସୁଧାର ଯିବ ସେନେଇ ଆଲୋଚନା ହୋଇଥିଲା । ଯେଉଁ ଓକିଲମାନେ ଜେଲରେ ଅଛନ୍ତି ତାଙ୍କୁ କିପରି ବାହାର କରାଯିବ ସମ୍ବଲପୁର ଜେଲରୁ ଓ କୋର୍ଟ କାର୍ଯ୍ୟ କିପରି ଠିକ କରାଯିବ ଏହାସହ ଓକିଲ ସମାଜର ଗାରିମା କିପରି ବଞ୍ଚି ରହିବ ସେନେଇ ଆଲୋଚନା ହୋଇଛି ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.