ବିଧାନସଭା ହାଉସ ସବ କମିଟିର ଝାରସୁଗୁଡ଼ା ଗସ୍ତ

author img

By

Published : Dec 22, 2022, 9:38 AM IST

House sub committee visits Jharsuguda

ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ଭିନ୍ନ ଶିଳ୍ପାନୁଷ୍ଠାନ ଓ ରାଇସମିଲ ବୁଲି ଦେଖିଲେ ବିଧାନସଭା ହାଉସ ସବ କମିଟିର ସଦସ୍ୟ । ଅଧିକ ପଢନ୍ତୁ

ଝାରସୁଗୁଡା: ଦୁଇ ଦିନିଆ ଝାଡସୁଗୁଡା ଜିଲ୍ଲା ଗସ୍ତରେ ବିଧାନସଭା ହାଉସ ସବ କମିଟି । ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ରାଇସମିଲ ବୁଲି ଦେଖିବା ସହ ବର୍ଜ୍ୟ ଜଳର ପ୍ରଭାବ ବିଭିନ୍ନ ଜଳଉତ୍ସ କିଭଳି ପଡୁଛି ତାହା ଅନୁଧ୍ୟାନ କରିଛନ୍ତି । ଏହାପରେ ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଥିବା ନିର୍ଦ୍ଦେଶାବଳୀର କିଭଳି ସଠିକ ଅନୁପାଳନ କରାଯିବ ସେ ନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲା କମିଟି ।

ପରିବେଶକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ଓ ପ୍ରାଥମିକତା ହେବା ଉଚିତ ବୋଲି କହିଥିଲେ କମିଟିର ସଦସ୍ୟ । ବର୍ଜ୍ୟ ଜଳର ଉପଯୁକ୍ତ ଟ୍ରିଟମେଣ୍ଟ କରିବା, ଶିଳ୍ପ ଓ ରାଇସମିଲରୁ ଉଦବୃତ୍ତ ପ୍ରଦୂଷିତ ଜଳ ଯେପରି କାରଖାନା ବାହାରକୁ ନ ଯିବା, ନିୟମ ଅନୁଯାୟୀ ଆନୁପାତିକ ବୃକ୍ଷରୋପଣ ଓ ପ୍ରଦୂଷଣ ମାତ୍ରା କମେଇବା ଉପରେ କମିଟି ଗୁରୁତ୍ୱାରୋପ କରିଥିଲା । ମିଳିତ ଉଦ୍ୟମ ଓ ସହଯୋଗୀ ମନୋଭାବ ନେଇ କାର୍ଯ୍ୟ କରିବା ସହ ଝାରସୁଗୁଡାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ କମିଟି ପରାମର୍ଶ ଦେଇଥିଲା । ପରିବେଶ ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ କମିଟିକୁ ଅବଗତ କରାଇଥିଲେ ।

ବୁଧବାର ସକାଳ ସମୟରେ କମିଟିର ସଦସ୍ୟ ଏସଏମ୍ ସି ପାୱାର ଜେନେରେସନ, ଓପିଜିସି ଓ ବେଦାନ୍ତ ଶିଳ୍ପାନୁଷ୍ଠାନ ପରିଦର୍ଶନ କରିଥିଲେ । ଏହାପରେ ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ ପରିବେଶ ସୁରକ୍ଷାକୁ ନେଇ ଆଲୋଚନା ହୋଇଥିଲା । ଶିଳ୍ପ ଓ ରାଇସମିଲରୁ ଉଦବୃତ୍ତ ପ୍ରଦୂଷିତ ଜଳକୁ କିପରି କାରଖାନା ବାହାରକୁ ନଯିବ ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଥିଲା । ଜିଲ୍ଲାର ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଶିଳ୍ପାନୁଷ୍ଠାନ ଓ ରାଇସମିଲର ବହୁ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ଘରୋଇ ବସ୍ ମାଲିକ ସଂଘର ଚେତାବନୀ, ଦାବି ପୂରଣ ନହେଲେ ଗଡିବନି ବସ୍

ସେହିପରି ବିଧାନସଭା କମିଟି ସଭ୍ୟ ନାଉରୀ ନାଏକ, ପ୍ରକାଶ ସୋରେନ ଓ ଡ.ସି ଏସ ରାଜିନ ଏକ୍କା, ଜିଲ୍ଲାପାଳ ସରୋଜ କୁମାର ସାମଲ,ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.