ମରୁଡ଼ି ଭୟାବହତା: ଇନ୍ଦ୍ରଦେବଙ୍କୁ ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

author img

By

Published : Sep 6, 2021, 7:55 PM IST

ମରୁଡ଼ି ଭୟାବହତା: ଇନ୍ଦ୍ର ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ

ଚଳିତ ବର୍ଷ ଆବଶ୍ୟକତା ଠାରୁ ରାଜ୍ୟରେ କମ ବର୍ଷା ହୋଇଛି । ତେବେ ବର୍ଷା ହେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଇନ୍ଦ୍ର ପୂଜା କରିଛନ୍ତି । ଅଧିକ ପଢନ୍ତୁ...

ଝାରସୁଗୁଡ଼ା: ପଶ୍ଚିମ ଓଡିଶାରେ ସ୍ବଳ୍ପ ବୃଷ୍ଟି କାରଣରୁ ମରୁଡି଼ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମରୁଡ଼ିର ଭୟାବହତାକୁ ଦେଖି ଇନ୍ଦ୍ର ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ । ଏଥିଲାଗି ସେ ଜନ୍ମମାଟି କିର୍ମିରା ବ୍ଲକରେ ଠାକୁରପଡ଼ା ଇନ୍ଦ୍ର ଭଗବାନଙ୍କୁ ପୂଜା କରିଛନ୍ତି ।

ମରୁଡ଼ି ଭୟାବହତା: ଇନ୍ଦ୍ର ପୂଜା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ

ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଇନ୍ଦ୍ର ଦେବତାଙ୍କୁ ପୂଜା ସମୟରେ ହୋମ ଯଜ୍ଞ ଆୟୋଜନ କରାଯାଇଥିଲା ବେଳେ ହେମାନନ୍ଦ ବିଶ୍ବାଳ ନିଜ ପତ୍ନୀଙ୍କ ସହ ପୂଜାରେ କର୍ତ୍ତା ଭାବେ ବସିଥିଲେ । ରବିବାର ହେମାନନ୍ଦଙ୍କ ନିଜ ଗ୍ରାମରେ ଅନୁଷ୍ଠିତ ଏହି ପୂଜା ପାଇଁ ଗ୍ରାମବାସୀ ସହଯୋଗ କରିଥିଲେ । ଚଳିତବର୍ଷ ଅଗଷ୍ଟ ମାସରେ ଆବଶ୍ୟକ ବର୍ଷାର ମାତ୍ର ଶତକଡା 30 ଭାଗ ବର୍ଷା ହୋଇଥିବାରୁ ଚାଷଜମି ଫାଟି ଯାଇଥିବା ଦେଖିବାକୁ ମିଳିଛି ।

ତେବେ ପୂର୍ବପୁରୁଷଙ୍କ ମତରେ ଅଗଷ୍ଟ ମାସରେ ବର୍ଷା କମ୍ ହେଲେ ମରୁଡି଼ ସୁନିଶ୍ଚିତ ବୋଲି କୁହାଯାଏ । ଏଥିଲାଗି ସେପ୍ଟେମ୍ବର ପ୍ରାରମ୍ଭରେ କିଛି ଭରଣା ହୋଇପାରିଲେ ପଶ୍ଚିମ ଓଡି଼ଶାର ଚାଷୀ ଉପକୃତ ହେବା ନେଇ ହେମାନନ୍ଦ ଇନ୍ଦ୍ର ଦେବତାଙ୍କୁ ପୂଜା କରିଥିଲେ । ଅନ୍ୟପଟେ ରାଜ୍ୟ ସରକାର ଆଉ କାଳ ବିଳମ୍ବ ନକରି ପ୍ରଭାବିତ ଅଞ୍ଚଳକୁ ମରୁଡି଼ ଅଞ୍ଚଳ ଭାବେ ଘୋଷଣା କରିବାକୁ ସେ ଦାବି କରିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.