କଳା ସଂସ୍କୃତି ପାଇଁ ସମର୍ପିତ ପରିବାର; 2 ଝିଅ ସଙ୍ଗୀତରେ, ବାପାଭାଇ ବାଦ୍ୟଯନ୍ତ୍ରରେ ପାରଙ୍ଗମ

author img

By

Published : Sep 9, 2021, 9:37 AM IST

କଳା ସଂସ୍କୃତି ପାଇଁ ସମର୍ପିତ କଳାକାର ପରିବାର

ଲୋକକଳା, ଲୋକ ସଂସ୍କୃତିକୁ ବଞ୍ଚାଇବା ପାଇଁ ଅନେକ କଳାକାର ଅହରହ ଉଦ୍ୟମ ଜାରି ରଖିଛନ୍ତି । ଏପରି ଏକ ପରିବାର ହେଉଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ବନ୍ଧବାହାଲର କୋଇଲା ଖଣି ଅଞ୍ଚଳରେ ରହୁଥିବା ଭକ୍ତ ପ୍ରସାଦ ବାବୁଙ୍କ ପରିବାର । ଯେଉଁଠି ଦୁଇ ଝିଅ ସଙ୍ଗୀତରେ ପାରଙ୍ଗମ ଆଉ ପୁଅ ବାଦ୍ୟଯନ୍ତ୍ରରେ । ଅଧିକ ପଢନ୍ତୁ...

ଝାରସୁଗୁଡା: ଲୋକକଳା, ଲୋକ ସଂସ୍କୃତିକୁ ବଞ୍ଚାଇବା ପାଇଁ ଅନେକ କଳାକାର ଅହରହ ଉଦ୍ୟମ ଜାରି ରଖିଛନ୍ତି । ଆମେ ବିଭିନ୍ନ ମଞ୍ଚରେ, ଗାଁରେ ବିଭିନ୍ନପ୍ରକାର ନୃତ୍ୟଗୀତ ଦେଖିଥାଉ । ଏବେ ମଧ୍ୟ ଗାଁରେ କୀର୍ତ୍ତନ ଚାଲୁଛି, ଲୋକଗୀତ, ଲୋକବାଦ୍ୟ ବଞ୍ଚିଛି । ଯାହାଙ୍କ ପାଇଁ ଗୀତର ମାଧୁର୍ଯ୍ୟ ବଢୁଛି, ଆମ ମନକୁ ମୋହିନେଉଛି ତାହା ହେଉଛି ଗୀତ ଓ ବାଦ୍ୟ ।

ଏମିତି ଏକ କଳାକାର ପରିବାର ଅଛନ୍ତି ଯାହାଙ୍କ ସୃଜନଶୀଳତାର ପରିଚୟ ତାଙ୍କ ନିଜ ଗୀତ ଓ ବାଦ୍ୟ ମାଧ୍ୟମରେ କେବଳ ପଶ୍ଚିମ ଓଡ଼ିଶା ନୁହେଁ, ସାରା ରାଜ୍ୟକୁ ଛୁଇଁପାରିଛି । ଆସନ୍ତୁ, ଭେଟ ହେବା ଏମିତି ଏକ କଳାକାର ପରିବାରଙ୍କ ସହିତ...

କଳା ସଂସ୍କୃତି ପାଇଁ ସମର୍ପିତ କଳାକାର ପରିବାର

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ବନ୍ଧବାହାଲର କୋଇଲା ଖଣି ଅଞ୍ଚଳରେ ରହୁଥିବା ଭକ୍ତ ପ୍ରସାଦ ବାବୁଙ୍କ ପରିବାର । ପାରମ୍ପରିକ ଲୋକଗୀତ, ଭଜନ ଭଳି ସମସ୍ତପ୍ରକାର ଗୀତ ପାଇଁ ଭାଇଭଉଣୀ ନାଁରେ ବନ୍ଧବାହାଲ ଅଞ୍ଚଳ ସହିତ ପଶ୍ଚିମ ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭକ୍ତ ପ୍ରସାଦଙ୍କର ଦୁଇଝିଅ, ପୁଅ ଓ ପତ୍ନୀ ବେଶ୍ ହସଖୁସିର ସଂସାର । ବାପାଙ୍କ ଗୀତ ଓ ବାଦ୍ୟକୁ ନିରୀକ୍ଷଣ କରି ବାପା ତିଆରି କରୁଥିବା ସଂଳାପ ଓ ଗୀତ ଅଭ୍ୟାସ ସମୟରେ ପାଖେ ପାଖେ ରହି ବାପାଙ୍କୁ ଅନୁକରଣ କରି ଗୀତ ଗାଇବା ଓ ବାଦ୍ୟ ବଜାଇବା କଳାକୁ ନିଜ ଭିତରେ ଅନ୍ତରସ୍ଥ କରିନେଇଛନ୍ତି ଭାଇଭଉଣୀ । ଦୁଇଝିଅ ମଧୁର ଗୀତ ଗାଉ ଥିବାବେଳେ ପୁଅ ବାଦ୍ୟ ବଜାଇବାରେ ପାରଙ୍ଗମ । ଏମାନେ ଦିନେ ସଫଳତାର ପାହାଚ ନିଶ୍ଚିତ ଅତିକ୍ରମ କରିବେ ବୋଲି ସମସ୍ତଙ୍କର ଆଶା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.