ETV Bharat / state

ୱାଲର୍ଡ କ୍ଲାସ ଆଲୁମିନିୟମ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 2, 2022, 10:03 AM IST

ସିରିଆପାଲି ଠାରେ ଏକ ୱାର୍ଲଡ କ୍ଲାସ ଆଲୁମିନିୟମ ପାର୍କର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ୱାଲର୍ଡ କ୍ଲାସ ଆଲୁମିନିନିୟମ ପାର୍କ
ୱାଲର୍ଡ କ୍ଲାସ ଏଲୁମିନିନିୟମ ପାର୍କ

ଝାରସୁଗୁଡା: ଜିଲ୍ଲା ସିରିଆପାଲି ଠାରେ ଏକ ୱାର୍ଲଡ କ୍ଲାସ ଆଲୁମିନିୟମ ପାର୍କର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗତକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ବେଦାନ୍ତ ଲିମିଟେଡ଼ ଝାରସୁଗୁଡା ସହଯୋଗରେ ଇଡକୋ ପକ୍ଷରୁ ଏହି ଆଲୁମିନିୟମ ପାର୍କର ନିର୍ମାଣ କରାଯାଉଛି l ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ 8ହଜାର ରୁ 10 ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି ।

ୱାଲର୍ଡ କ୍ଲାସ ଆଲୁମିନିନିୟମ ପାର୍କ

ତେବେ ଏହି ଆଲୁମିନିୟମ ପାର୍କ ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ସହିତ ଉପଯୁକ୍ତ ଜମିର କ୍ଷତିପୂରଣ ମିଳିଲେ ନିଶ୍ଚିତ ଜମି ଦେବେ ଓ କମ୍ପାନୀକୁ ସ୍ଵାଗତ କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: India's G20 Presidency: ବାଲୁକା କଳାରେ ଝଲସୁଛି G20 ଲୋଗୋ

ଏହାସହ ଏହି ଆଲୁମିନିୟମ ପାର୍କରେ ରାଜ୍ୟର ତଥା ଦେଶର ପ୍ରାୟ 80ଟି ଆଲୁମିନିୟମ ସାମଗ୍ରୀ ପ୍ରସ୍ତୁତ କମ୍ପାନୀ ଯୋଗଦେଇ ଆଲୁମିନିୟମରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ରପ୍ତାନୀ କରିପାରିବେ l ଏହି କମ୍ପାନୀ ଗୁଡିକୁ ବେଦାନ୍ତ ଲିମିଟେଡ଼ ସୁଲଭ ମୂଲ୍ୟରେ ଉତ୍ତମ ମାନର ଆଲୁମିନିୟମ ଯୋଗାଇବ l ଯାହାଫଳରେ ଆଲୁମିନିୟମ ଏବଂ ଏହାର ଉତ୍ପାଦ ଦିଗରେ ଓଡିଶାର ଝାରସୁଗୁଡା ଏକ ଆଲୁମିନିୟମ ହବ ହେବ l ଯାହା ରାଜ୍ୟ ଓ ଜିଲ୍ଲା ବିକାଶ ଦିଗରେ ସହାୟକ ହେବ l ପ୍ରାୟ 2500 କୋଟି ଟଙ୍କା ବିନିଯୋଗରେ 253 ଏକର ଜମିରେ ଏହି ଆଲୁମିନିୟମ ପାର୍କ ନିର୍ମାଣ ହେବ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କ ପାଇଁ ଗୁରୁବାର ଭିଡିଓ କନଫରେନ୍ସରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବାବେଳେ ଝାରସୁଗୁଡାରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ବେଦାନ୍ତ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ l

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.