ପାଉଁଶ ପୋଖରୀରୁ ହନ୍ତସନ୍ତ ପରମାନପୁରବାସୀ, ଜନଜାତି ଆୟୋଗର ସଦସ୍ୟଙ୍କୁ ଭେଟିଲେ ଟଙ୍କଧର ତ୍ରିପାଠୀ

author img

By

Published : Aug 30, 2021, 9:48 PM IST

ପାଉଁଶ ପୋଖରୀରୁ ହନ୍ତସନ୍ତ ପରମାନପୁରବାସୀ, ଜନଜାତି ଆୟୋଗର ସଦସ୍ୟଙ୍କୁ ଭେଟିଲେ ଟଙ୍କଧର ତ୍ରିପାଠୀ

ଆଦିବାସୀଙ୍କ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କୁ ଭେଟିଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଅଧିକ ପଢ଼ନ୍ତୁ...

ଝାରସୁଗୁଡ଼ା: ଆଦିବାସୀଙ୍କ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କୁ ଭେଟିଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । କୁଲାବିରା ବ୍ଲକ ଅନ୍ତର୍ଗତ ପରମାନପୁର ଗ୍ରାମରେ ଆଦିବାସୀ ଜମି ହଡ଼ପ ହେଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ହଜାରହଜାର ସଂଖ୍ୟାର ଗଛ ମଧ୍ୟ କଟା ହେଉଛି । ଏହି ଜଙ୍ଗଲ ଜମି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ସହାୟକ ହେଉଛି । ତେବେ ବେଦାନ୍ତ କମ୍ପାନୀ ଅଞ୍ଚଳବାସୀଙ୍କ ବିରୋଧ ସତ୍ତ୍ଵେ ଗଛ କାଟି ଏହି ଅଞ୍ଚଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଜଙ୍ଗଲରେ ଅନେକ ପଶୁପକ୍ଷୀ ରହିଛନ୍ତି, କିନ୍ତୁ ଜଙ୍ଗଲ କାଟିବାରୁ ବହୁତ ପଶୁପକ୍ଷୀ ପ୍ରାଣ ହରାଉଛନ୍ତି । ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ କାତିକେଲା ଗ୍ରାମରେ ବେଦାନ୍ତ କମ୍ପାନୀ ଯୋଗୁଁ ହୋଇଥିବା ପାଉଁଶ ପୋଖରୀ ଯୋଗୁଁ କାତିଗଲା ଗ୍ରାମର ଲୋକଙ୍କ ଦୁର୍ବିସହ ହୋଇ ପଡ଼ିଛି । ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ଅନେକ ଚାଷଜମି ନଷ୍ଟ ହୋଇଛି । ଏହାର ସମାଧାନ ପାଇଁ ଆଜି(ସୋମବାର) ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ।

ବେଦାନ୍ତ କମ୍ପାନୀ ପକ୍ଷରୁ ବେଆଇନ ଭାବେ ପାଉଁଶ ପକାଇ ଏହି ଅଞ୍ଚଳକୁ ପ୍ରଦୂଷିତ କରିବା ସହ ଆଦିବାସୀମାନଙ୍କ ଚାଷଜମିକୁ ନଷ୍ଟ ମଧ୍ୟ କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡ଼ିଛି । ବର୍ଷାଦିନେ ପାଉଁଶ ପୋଖରୀ ବନ୍ଧ ଭାଙ୍ଗି ଦୂଷିତ ପାଣି ଲୋକଙ୍କ ଘରକୁ ମଧ୍ୟ ଭାସି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ପାଉଁଶ ଗଦାରୁ ପାଣି ବୋହି ଅନେକ ନଈ ଓ ନାଳରେ ପଡ଼ି ପାଣିକୁ ବିଷାକ୍ତ କରିଦେଉଛି । ଗାଁ ଲୋକଙ୍କୁ ଏହି ପାଣି ବ୍ୟବହାର କରି ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ଦିଗରେ ଉଚିତ ପଦକ୍ଷେପ ନେବାରୁ ଟଙ୍କଧର ତ୍ରିପାଠୀ ଅନୁରୋଧ କରିଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.