ETV Bharat / state

ବିଜେଡିର ମହିଳା ସମାବେଶକୁ ବିଜେପିର ଟାର୍ଗେଟ, ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କଲେ ଟଙ୍କଧର

author img

By

Published : Mar 11, 2023, 9:46 PM IST

ଝାରସୁଗୁଡ଼ାରେ ବିଜେଡିର ମହିଳା ସମାବେଶକୁ ପ୍ରେସମିଟ କରି ଟାର୍ଗେଟ କଲା ବିଜେପି । MBK ଏବଂ CRP କର୍ମଚାରୀମାନେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସଭାସ୍ଥଳକୁ ଆଣୁଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ । ଅଧିକ ପଢ଼ନ୍ତୁ

ବିଜେପି ସାମ୍ବାଦିକ ସମ୍ମିଳନୀ
ବିଜେପି ସାମ୍ବାଦିକ ସମ୍ମିଳନୀ

ବିଜେପି ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିବା MBK ଏବଂ CRP କର୍ମଚାରୀମାନେ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହୃତ ହେଉଛନ୍ତି ଥିବା ଅଭିଯୋଗ କରିଛି ବିଜେପି । ଗତକାଲି ଲଇକେରା ଠାରେ ବିଜେଡିର ଦଳୀୟ ସଭାରେ ଏହି ସରକାରୀ କର୍ମଚାରୀ ମାନେ ସାଧାରଣ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସଭାସ୍ଥଳକୁ ଆଣୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେପି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି, "ସମ୍ପୂର୍ଣ୍ଣ ଭାବରେ ବିଜେଡିର ଏଜେଣ୍ଟ ଭାବରେ MBK ଓ CRP ଷ୍ଟାଫ କାମ କରୁଛନ୍ତି । ଯାହାକି ସମାଜ ପାଇଁ ବହୁତ କ୍ଷତିକାରକ । ବିଶେଷ ସୂତ୍ରରୁ ଜଣାପଡୁଛି ଯେ ଆସନ୍ତା ଦୁଇଦିନ ପରେ ଝାରସୁଗୁଡା ବ୍ଲକ ଅନ୍ତର୍ଗତ କଣ୍ଟାପାଲି ଠାରେ ଏଭଳି ସରକାରୀ କର୍ମଚାରୀମାନେ ବିଜେଡି ଏଜେଣ୍ଟ ଭାବରେ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଭାରତୀୟ ଜନତା ପାର୍ଟି ଏହାକୁ ଦୃଢ ନିନ୍ଦା କରୁଛି ।" ଏଥିରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ଦାବି କରିବା ସହିତ ଆଗାମୀ ଦିନରେ ଏଭଳି ଦଲାଲଗିରି ବନ୍ଦ କରନ୍ତୁ ବୋଲି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଉପ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ଉଭୟ ଦଳ ନିଜ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଛନ୍ତି । ଗଡ଼ ହାତେଇବା ପାଇଁ ଯୋଜନା ପ୍ରସ୍ତୁତ ଆରମ୍ଭ କରିଛନ୍ତି । ନିର୍ବାଚନ ନେଇ ବିଜ୍ଞପ୍ତି ଜାରି ହୋଇନଥିବା ସତ୍ତ୍ବେ ନିଜ ସ୍ଥିତିକୁ ସୁଦୃଢ କରିବାରେ ଲାଗିଛନ୍ତି ପ୍ରମୁଖ ରାଜନୈତିକ ଦଳ । ତେବେ ଗତକାଲି ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ମହିଳା ଦିବସ ଉପଲକ୍ଷେ ଏକ ମହିଳା ସମାବେଶର ଆୟୋଜନ ହୋଇଥିଲା । ତେବେ ଏହାକୁ ବିଜେପି ତୀବ୍ର ନିନ୍ଦା କରିଛି । ପ୍ରଶାସନିକ ଅଧିକାରୀ ମାନଙ୍କୁ ବିଜୁ ଜନତା ଦଳ ନିଜର ହାତବାରିସୀ ସଜାଇଥିବା ଭଳି ଅଭିଯୋଗ ଆଣିଛି ବିଜେପି । ଏନେଇ ଆଜି ଜିଲ୍ଲାପାଳଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.