ETV Bharat / state

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ, ଜଣେ ଶିଶୁ ସମେତ ୬ଆହତ

author img

By

Published : Sep 16, 2022, 11:50 AM IST

ଓଲଟିଲା ଯାତ୍ରୀବାହୀ ବସ । ଡିଭାଇଡରରେ ପିଟି ହେଇ ଓଲଟିଲା ସୀମା ଯାତ୍ରୀବାହୀ ବସ । ଏଥିରେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଓଲଟିଲା ଯାତ୍ରୀବାହୀ ବସ, ଜଣେ ଶିଶୁ ସମେତ ୬ଆହତ
ଓଲଟିଲା ଯାତ୍ରୀବାହୀ ବସ, ଜଣେ ଶିଶୁ ସମେତ ୬ଆହତ

ଯାଜପୁର: କୋରେଇ ଥାନା ଧନେଶ୍ୱର ଛକରେ ଡିଭାଇଡରରେ ପିଟି ହୋଇ ଓଲଟିଲା ଯାତ୍ରୀବାହୀ ବସ । ଏଥିରେ ଜଣେ ଶିଶୁ ସମେତ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ଯାଜପୁର ଟାଉନ ଅଳକୁଣ୍ଡରୁ ସୀମା ଯାତ୍ରୀବାହୀ ବସ ଯାଜପୁର ରୋଡରେ ଦ୍ରୁତ ଗତିରେ ଯାଉଥିଲା ।

ଓଲଟିଲା ଯାତ୍ରୀବାହୀ ବସ, ଜଣେ ଶିଶୁ ସମେତ ୬ଆହତ

ସେହି ସମୟରେ ଧନେଶ୍ୱର ଛକରେ କିଛି ଗାଈ ରାସ୍ତା ପାର ହେଉଥିଲେ । ଗାଈକୁ ବଞ୍ଚାଇବାକୁ ଯାଇ ବସଟି ଏକ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା । ତେବେ ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଶିଶୁ ସମେତ 6 ଜଣ ଆହତ ହୋଇଛନ୍ତି । ଖବରପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଆହତ ମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି ।

ତେବେ ଏହି ଗୋରୁ ଗାଈଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ କାଞ୍ଜିଆହୁଦା ନିର୍ମାଣ କରାଯାଉଥିଲେ ମଧ୍ୟ ସେଠାରେ ଗାଈ ରହୁ ନାହାନ୍ତି । କାରଣ କାଞ୍ଜିଆହୁଦାର ଦାୟିତ୍ବ ନେଇଥିବା କର୍ମଚାରୀ ଗୋରୁ ଗାଈଙ୍କ ସଠିକ ଭାବେ ଯତ୍ନ ନେଉନଥିବା ଅଭିଯୋଗ ହୋଇଛି । ତେବେ ଏହା ସହରର ମୁଖ୍ୟ ତଥା ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଏହି ବାଟ ଦେଇ ଦୈନିକ ଶହଶହ ଲୋକ ଯାତାୟତ କରନ୍ତି । ବହୁ ସଂଖ୍ୟାରେ ଗାଡି ମୋଟର ଚଳାଚଳ ହୁଏ । କିନ୍ତୁ ଦିନରାତି ଗାଈଗୋରୁ ଛକ ଗୁଡିକୁ କବ୍ଜା କରି ରଖୁଥିବାରୁ ଯାତାୟତରେ ଅସୁବିଧା ହେଉଛି । ଆଉ ଏନେଇ ଅନେକ ସମୟରେ ବି ଦୁର୍ଘଟଣା ଘଟୁଛି । ଫଳରେ ଉଭୟ ମଣିଷ ଓ ଗାଈଗୋରୁଙ୍କ ଜୀବନ ଯାଉଛି ।

ଗାଈଗୋରୁ ପାଳନ କରିଥିବା ସହରାଞ୍ଚଳର ଲୋକେ ନିଜ ନିଜ ଗାଈଗୋରୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡି ଦେଉଛନ୍ତି । ସେମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଉନାହିଁ । ଫଳରେ ଗାଈ ପଲ କେବଳ ଯେ ସହର ଭିତରେ ଏଭଳି ସମସ୍ୟା ସୃଷ୍ଟି କରୁଛନ୍ତି ତାହା ନୁହେଁ ବରଂ ୨୬ ନମ୍ବର ଜାତୀୟ ରାଜପଥ ଉପରେ ମଧ୍ୟ ଶୋଇ ରହୁଛନ୍ତି ।

ଯାହାଦ୍ବାରା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି କେତେବେଳେ ଗାଈଗୋରୁଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ମଧ୍ୟ ଜୀବନ ହାନି ହେଉଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁରୁବାର ଧନେଶ୍ୱର ଛକରେ ଘଟିଥିବା ଦୁର୍ଘଟଣାରେ । ଗାଈଙ୍କୁ ବଞ୍ଚାଇବାକୁ ଯାଇ ବସଟି ଏକ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.