ETV Bharat / state

Russia-Ukraine War: ୟୁକ୍ରେନରେ ଫସି ରହିଛନ୍ତି ଯାଜପୁରର ପ୍ରଣୟ ନାୟକ

author img

By

Published : Feb 24, 2022, 9:33 PM IST

କ୍ରେନ୍‌ ଏବେ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସେଠାରେ ଫସି ରହିଛନ୍ତି ୧୮ ହଜାରରୁ ଅଧିକ ଭାରତୀୟ । ଯାଜପୁର ଜିଲ୍ଲା କୋରେଇ ଥାନା ବିରୁଆଁପଡା ଗାଁର ପ୍ରଣୟ ନାୟକ ମଧ୍ୟ ସେଥିରେ ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ

Russia-Ukraine War: ୟୁକ୍ରେନ୍‌ରେ ଫସି ରହିଛନ୍ତି ବିରୁଆଁପଡା ଗାଁର ପ୍ରଣୟ ନାୟକ
Russia-Ukraine War: ୟୁକ୍ରେନ୍‌ରେ ଫସି ରହିଛନ୍ତି ବିରୁଆଁପଡା ଗାଁର ପ୍ରଣୟ ନାୟକ

ଯାଜପୁର: ଆଜି ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ୟୁକ୍ରେନ୍‌ ଏବେ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସେଠାରେ ଫସି ରହିଛନ୍ତି ୧୮ ହଜାରରୁ ଅଧିକ ଭାରତୀୟ । ସେମାନଙ୍କ ମଧ୍ୟର ଓଡ଼ିଆ ମଧ୍ୟ ସାମିଲ ରହିଛନ୍ତି । ଯାଜପୁର ଜିଲ୍ଲା କୋରେଇ ଥାନା ବିରୁଆଁପଡା ଗାଁର ପ୍ରଣୟ ନାୟକ ମଧ୍ୟ ସେଥିରେ ସାମିଲ ରହିଛନ୍ତି ।

Russia-Ukraine War: ୟୁକ୍ରେନ୍‌ରେ ଫସି ରହିଛନ୍ତି ବିରୁଆଁପଡା ଗାଁର ପ୍ରଣୟ ନାୟକ

ବିରୁଆଁପଡା ଗାଁର ବସନ୍ତ ନାୟଙ୍କ ପୁଅ ହେଉଛନ୍ତି ପ୍ରଣୟ ନାୟକ । ସେ ଡାକ୍ତରୀ ପଢିବା ପାଇଁ ୩ ବର୍ଷ ହେଲା ୟୁକ୍ରେନରେ ରହୁଥିଲେ । ବର୍ତ୍ତମାନ ଏହି ଛାତ୍ରଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ତାଙ୍କ ପରିବାର ବର୍ଗ । ୬ ମାସ ପୂର୍ବେ ଗାଁକୁ ଆସିଥିଲେ ପ୍ରଣୟ । ଯୁଦ୍ଧ ଖବର ଶୁଣିବା ପରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯଥାଶୀଘ୍ର ପୁଅକୁ ଫେରାଇ ଆଣିବା ପାଇଁ ନେହୁରା ହେଉଛନ୍ତି ପରିବାର ଲୋକେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.