ETV Bharat / state

ନୂଆ ଆଲୋକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ଅଙ୍ଗଦାନ

author img

By

Published : Nov 27, 2020, 5:19 PM IST

ଯାଜପୁର ଜିଲ୍ଲା ହରିପୁର ସ୍କୁଲ ପରିସରରେ ‘ନୂଆ ଆଲୋକ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ଅଙ୍ଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ନୂଆ ଆଲୋକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ଅଙ୍ଗଦାନ
ନୂଆ ଆଲୋକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ଅଙ୍ଗଦାନ

ଯାଜପୁର: ଜିଲ୍ଲା ହରିପୁର ସ୍କୁଲ ପରିସରରେ ‘ନୂଆ ଆଲୋକ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ଅଙ୍ଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ଏବଂ ସମାଜସେବୀ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ ।

ନୂଆ ଆଲୋକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାକୃତ ଅଙ୍ଗଦାନ

ଏହି ଶିବିରରେ ଅନେକ ସ୍ବେଚ୍ଛାସେବୀ ସାମିଲ ହୋଇ ରକ୍ତଦାନ ଓ ଅଙ୍ଗଦାନ କରିଥିଲେ । ଏହି ଅବସରରେ ଉଭୟ ଅଭିମନ୍ୟୁ ଦାସ ଏବଂ ପ୍ରଭାସ ଆଚାର୍ଯ୍ୟଙ୍କୁ ନୂଆଆଲୋକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.