ETV Bharat / state

ଖରସ୍ରୋତା ନଦୀକୁ ଡେଇଁ ନାବାଳିକା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Jul 13, 2022, 11:59 AM IST

Updated : Jul 13, 2022, 8:30 PM IST

ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ଖରସ୍ରୋତା ନଦୀକୁ ଡେଇଁଲେ ନାବାଳିକା । ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି
ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର: ନଦୀକୁ ଡେଇଁ ନାବାଳିକା ନିଖୋଜ । ଆଜି(ବୁଧବାର) ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ଖରସ୍ରୋତା ନଦୀକୁ ଜଣେ ନାବାଳିକା ଡେଇଁ ପଡିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି ନାବାଳିକା ଜଣକ ସ୍ଥାନୀୟ ବାଉଁଶଅଣ୍ଟା ଅଞ୍ଚଳର କାଠିଆ ଦେହୁରୀଙ୍କ ଝିଅ ପୂଜାରାଣୀ ଦେହୁରୀ(୧୫) ବୋଲି ସୂଚନା ମିଳିଛି।

ଖରସ୍ରୋତା ନଦୀକୁ ଡେଇଁ ନାବାଳିକା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ସୂଚନାଯୋଗ୍ୟ, ଆଜି ସକାଳୁ ଝିଅଟି ସାଇକେଲ ଯୋଗେ ଯୋକଡିଆ ବ୍ରିଜ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ । ପରେ ବ୍ରିଜ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛି ।

ଇଟିଭି ଭାରତ, ଯାଜପୁର

Last Updated : Jul 13, 2022, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.