ପ୍ରେମରେ ପ୍ରତାରଣା: ନ୍ୟାୟ ଆଶାରେ ଉତ୍ତରପ୍ରଦେଶରୁ ଓଡିଶା ଆସିଲା ପ୍ରେମିକା

author img

By

Published : Oct 15, 2021, 6:41 AM IST

Updated : Oct 15, 2021, 10:49 AM IST

ପ୍ରେମ ପ୍ରତାରଣା, ପ୍ରେମିକକୁ ପିଛା କରି ଉତ୍ତରପ୍ରଦେଶରୁ ଓଡିଶାରେ ପହଞ୍ଚିଲା ପ୍ରେମିକା

ଯାଜପୁରରେ ପ୍ରେମ ପ୍ରତାରଣାର ଅଭିଯୋଗ । ନ୍ୟାୟ ପାଇଁ ଉତ୍ତରପ୍ରଦେଶରୁ ଓଡିଶା ଆସି ଥାନାରେ ଏତଲା ଦେଲା ପ୍ରେମିକା। ଅଧିକ ପଢନ୍ତୁ...

ଯାଜପୁର: ପ୍ରତାରିତ ପ୍ରେମିକକୁ ପିଛା କରି ଉତ୍ତରପ୍ରଦେଶରୁ ଓଡିଶାରେ ପହଞ୍ଚିଲା ପ୍ରେମିକା । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାରେ ପ୍ରେମିକା ଜଣକ ପ୍ରେମିକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।

ପ୍ରେମରେ ପ୍ରତାରଣା: ନ୍ୟାୟ ଆଶାରେ ଉତ୍ତରପ୍ରଦେଶରୁ ଓଡିଶା ଆସିଲା ପ୍ରେମିକା

ଅଭିଯୋଗ ମୁତାବକ ମଧୁସୂଦନପୁରର ସୁଶାନ୍ତ ବାରିକ ଉତ୍ତରପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ସମୟରେ ସେଠାରେ ଜଣେ ବିଧବା ମହିଳାଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ । ଏପରିକି ତାଙ୍କର 4 ବର୍ଷର ଶିଶୁ ପୁତ୍ର ମଧ୍ୟ ରହିଛି । ସେ କିଛିଦିନ ତଳେ ସେଠାରୁ ପଳାଇ ଆସି ବିଂଝାରପୁର ଅଞ୍ଚଳରେ ରହୁଥିବା ଖବର ପାଇ ମହିଳାଜଣକ ସ୍ଥାନୀୟ ଥାନାରେ ସୁଶାନ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି। ମହିଳାଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ପ୍ରେମରେ ପ୍ରତାରଣା: ନ୍ୟାୟ ଆଶାରେ ଉତ୍ତରପ୍ରଦେଶରୁ ଓଡିଶା ଆସିଲା ପ୍ରେମିକା
ପ୍ରେମରେ ପ୍ରତାରଣା: ନ୍ୟାୟ ଆଶାରେ ଉତ୍ତରପ୍ରଦେଶରୁ ଓଡିଶା ଆସିଲା ପ୍ରେମିକା

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Oct 15, 2021, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.