Jajpur Train Mishap: ଘଟଣାସ୍ଥଳରେ ଖୋର୍ଦ୍ଧା ଡିଆରଏମ

author img

By

Published : Nov 21, 2022, 11:17 AM IST

Updated : Nov 21, 2022, 11:23 AM IST

Jajpur Train Mishap khordha drm reached at incident point

କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା । ଘଟଣାସ୍ଥଳରେ ପହଞ୍ଚିଲେ ଖୋର୍ଦ୍ଧା ଡିଆରଏମ । ଅଧିକ ପଢ଼ନ୍ତୁ

ଯାଜପୁର: କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ନେଇ ଘଟଣାସ୍ଥଳରେ ପହଞ୍ଚିଲେ ଖୋର୍ଦ୍ଧା ଡିଆରଏମ । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ଆଜି ସକାଳୁ ଭଦ୍ରକରୁ କଟକ ଆସୁଥିବା ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାର ଉପରେ ମାଡ଼ି ଯାଇଥିଲା ।

ଘଟଣାସ୍ଥଳରେ ଖୋର୍ଦ୍ଧା ଡିଆରଏମ

ଏହି ଦୁର୍ଘଟଣାରେ ତିନି ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଖବର ପାଇ ଖୋର୍ଦ୍ଧା ଡିଭିଜର ଡିଆରଏମ କୋରେଇ ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ଏଥି ସହିତ ଟ୍ରେନ ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଆରପିଇଏଫ ଆଇଜି ପଙ୍କଜ ଗଙ୍ଗୋୱାର ଓ ବିଧାୟକ ଅଶୋକ ବଳ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ବିଧାୟକ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତାହତ ପରିବାରକୁ କ୍ଷତି ପୂରଣ ଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି l

ଇଟିଭି ଭାରତ, ଯାଜପୁର

Last Updated :Nov 21, 2022, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.