ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଗଙ୍ଗାଧର ଭବନ, ଜମି ଯୋଗାଇବେ ସରକାର

author img

By

Published : Nov 28, 2022, 8:40 PM IST

Gangadhar Bhawan to inaugurate in Bhubaneswar said Naveen Patnaik

ଆୟୋଜନ ହେବ ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ । ଏ ସମ୍ପର୍କରେ ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆୟୋଜନ ହେବ ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ । ଏ ସମ୍ପର୍କରେ ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକରେ କବିଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ଭବନ ନିର୍ମାଣ କରାଯିବ । ଏହା ସହିତ ସ୍ବଭାବ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ମାର୍ଚ୍ଚ ୨୦୨୪ରେ ଆୟୋଜନ କରାଯିବା ସମ୍ପର୍କରେ ଆଲୋଚନା ହୋଇଛି ।

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଗଙ୍ଗାଧର ଭବନ, ଜମି ଯୋଗାଇବେ ସରକାର

ସ୍ବଭାବ କବିଙ୍କର ସ୍ମୃତିରେ ଭୁବନେଶ୍ବରରେ ଏକ ଭବ୍ୟ ଭବନ ନିର୍ମାଣ କରାଯିବ । ଏହା ସହିତ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ମହାସଭା ୨୦୨୪ରେ ଉପଯୁକ୍ତ ଭାବରେ ପାଳନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ସ୍ବଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ । ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି । ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୂହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି । ଏଥିନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।"

୧୯୨୪ ମସିହାରେ ସ୍ବଭାବ କବି ମେହେର ସମାଜ (ଭୁଲିଆ)କୁ ସଂଗଠିତ କରି ବରପାଲିରେ ଏକ ମହାସଭାର ଆୟୋଜନ କରିଥିଲେ । ଏହି ଭୁଲିଆ ସମାଜ ପରବର୍ତ୍ତୀ ସମୟରେ ନିଖିଳ ଓଡ଼ିଶା ମେହେର(ଭୁଲିଆ) ସମାଜରେ ପରିଣତ ହୋଇଥିଲା । ଓଡିଆ ଜାତିର ପ୍ରାତଃ ସ୍ମରଣୀୟ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ବରର କଳିଙ୍ଗ ହସ୍ପିଟାଲ ଛକ, ବ୍ରହ୍ମପୁର ଓ ସମ୍ବଲପୁରରେ ମଧ୍ୟ କବିଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି ।

କବି ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର Ganagadhar Meher Lift Canal system ଜଳସେଚନ ଯୋଜନାର କାମ ଚାଲିଛି । ଏହା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ୨୦୧୫ ମସିହାରୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ଶିକ୍ଷାର ପ୍ରସାର ପାଇଁ ୪୩୦ କୋଟି ଟଙ୍କାର Odisha Gangadhar Mehera Sikhya Manak Brudhi Yojana କାର୍ଯ୍ୟକାରୀ କରାଯାଉଛି । କବି ଗଙ୍ଗାଧର ମେହେରଙ୍କର ଅମ୍ଲାନ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ପାଇଁ ପ୍ରତିନିଧି ଦଳ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.