ETV Bharat / state

ଶାଶୁଘରେ ଝିଅକୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ପରିବାର

author img

By

Published : Nov 9, 2021, 3:09 PM IST

ଶାଶୁଘର ଲୋକେ ଝିଅକୁ ମାରିଦେବା ଅଭିଯୋଗରେ ଏସପିଙ୍କ ଦ୍ବାରସ୍ଥ ହେଲେ ବାପଘର ଲୋକେ । ତୁରନ୍ତ ଦୋଷୀଙ୍କୁ ଦେବାକୁ ଦାବି । ଅଧିକ ପଢନ୍ତୁ...

ଶାଶୁଘରେ ଝିଅକୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ପରିବାର
ଶାଶୁଘରେ ଝିଅକୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ପରିବାର

ଯାଜପୁର: ଶାଶୁଘରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଦାବି କଲେ ପରିବାର ଲୋକେ । ନ୍ୟାୟ ଦାବିରେ ଆଜି(ମଙ୍ଗଳବାର) ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳାଙ୍କ ବାପଘର ଲୋକେ । ମୃତ୍ୟୁ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଶାଶୁଘରେ ଝିଅକୁ ହତ୍ୟା ଅଭିଯୋଗ, ଏସପିଙ୍କ ଦ୍ବାରସ୍ଥ ପରିବାର

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବରୀ ଥାନା ସାହୁପଡା ଗାଁର ବଙ୍ଗାଳି ମଲିକଙ୍କ ପୁଅ ଅଜୟ ମଲିକଙ୍କୁ ଦ୍ବିଜବେରାଙ୍କ ଝିଅ ଝୁନୁଙ୍କ ୮ ବର୍ଷ ତଳେ ବିବାହ ହୋଇଥିଲା । ମାତ୍ର ବାହାଘର ପର ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା ଘରେ କହିଥିଲେ । ଗତ ମାସ 31ରେ ଝୁନୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ଶାଶୁଘର ଲୋକେ ତାଙ୍କ ବାପଘରକୁ ଖବର ଦେବାପରେ ବାପଘର ଲୋକେ ପହଞ୍ଚିଥିଲେ ।

ତେବେ ଝୁନୁ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏନେଇ ଝୁନୁଙ୍କ ଭାଇ ସ୍ବାମୀ ଓ ଶ୍ବଶୁରଙ୍କ ସମେତ ୯ ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ଅନ୍ୟପଟେ ଏସପି ରାହୁଲ ପିଆର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.