କୋରେଇରେ ଭିନ୍ନ ପରମ୍ପରା, ବିଜୟା ଦଶମୀରେ ସଜେଇ ହୋଇ ପୂଜା ହେଲେ ବଳଦ

author img

By

Published : Oct 15, 2021, 10:33 PM IST

କୋରେଇରେ ଦଶହରା ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିତ

କୋରେଇ ବ୍ଲକ ଅନ୍ତର୍ଗତ କରଦା ସାହୁସାହିରେ ଦଶହରା ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ..

ଯାଜପୁର: କୋରେଇ ବ୍ଲକ ଅନ୍ତର୍ଗତ କରଦା ସାହୁସାହିରେ ଦଶହରା ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶହଶହ ବର୍ଷର ପରମ୍ପରାକୁ ବଜାୟ ରଖି ଗ୍ରାମବାସୀମାନେ ଏହି ପର୍ବ ପାଳନ କରିଛନ୍ତି । ଏଥିରେ ଗ୍ରାମର ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ବାଦ୍ୟ କୀର୍ତ୍ତନର ତାଳେତାଳେ ବଳଦଙ୍କୁ ସୁସଜ୍ଜିତ କରି ସ୍ଥାନୀୟ ରାଧାକୃଷ୍ଣ ମଠ ନିକଟକୁ ଅଣାଯାଇଥିଲା ।

କୋରେଇରେ ଦଶହରା ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିତ

ଏଠାରେ ପରମ୍ପରା ମୁତାବକ ଗୋମତାଙ୍କୁ ପୂଜା କରାଯାଇ ଖାଦ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଗାଁରେ ଏକ ବଳଦ ଦୌଡ଼ର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଗ୍ରାମର ମୁରବୀ ଅଭିରାମ ସାହୁ, ଚନ୍ଦ୍ରମଣି ସାହୁ, କାର୍ତିକ ସାହୁ, ନିରଞ୍ଜନ ସାହୁ, କୀର୍ତିଚନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନାର ସୁପରିଚାଳନା କରିଥିଲେ ।

ବିଜୟ ଦଶମୀ ଅବସରରେ ଏହି ଅଞ୍ଚଳ ଚଳଚଞ୍ଚଳ ହୋଇ ରହିଥିଲା । ଅଧିକାଂଶ ଲୋକେ ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ମନୋରଞ୍ଜନର ଖୋରାକ୍‌ ପାଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.