ଗୋମାଂସ ବୋଝେଇ କଣ୍ଟେନର ଜବତ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବଜରଙ୍ଗ ଦଳ

author img

By

Published : Sep 19, 2021, 4:07 PM IST

cow-meat-container-seize-in-kuakhai-bajrang-dal-demand-street-action

କୋଲକାତା ଚାଲାଣ ହେଉଥିବା ଗୋମାଂସ ବୋଝେଇ କଣ୍ଟେନର ଜବତ । କୁଆଖିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥ ବିଲିପଡ଼ା ନିକଟରୁ କଣ୍ଟେନର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଯାଜପୁର: ଗୋମାଂସ ବୋଝେଇ କଣ୍ଟେନର ଜବତ । କୁଆଖିଆ ଥାନା ଅନ୍ତର୍ଗତ 16ନଂ ଜାତୀୟ ରାଜପଥ ବିଲିପଡ଼ା ନିକଟରୁ ଗୋମାଂସ ବୋଝେଇ କଣ୍ଟେନର ଜବତ ।

ଗୋମାଂସ ବୋଝେଇ କଣ୍ଟେନର ଜବତ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବଜରଙ୍ଗ ଦଳ

ସୂଚନା ଅନୁଯାୟୀ ସମ୍ବଲପୁରରୁ କୋଲକାତା ଅଭିମୁଖେ DL1GC-4302ନମ୍ବର କଣ୍ଟେନର ୧୬ ନଂ ଜାତୀୟ ରାଜପଥରେ ଯାଉଥିବା ବେଳେ ବଜରଙ୍ଗ ଦଳର କିଛି ଯୁବକ କଣ୍ଟେନର ମଧ୍ୟରେ ଗୋମାଂସ ଥିବା ସନ୍ଦେହ କରି ଅଟକାଇ କୁଆଖିଆ ଥାନାକୁ ଅବଗତ କରିଥିଲେ । କୁଆଖିଆ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ କଣ୍ଟେନର ସହ ଚାଳକକୁ ଜବତ କରି କୁଆଖିଆ ଥାନାକୁ ଆଣିଥିଲେ । ରସୁଲପୁର ପଶୁ ଚିକିତ୍ସକ ସୁନାକାର ସାମଲଙ୍କ ଉପସ୍ଥିତରେ କଣ୍ଟେନର ଚାବି ଖୋଲାଗଲା ପରେ ଉକ୍ତ ମାଂସକୁ ପୋଲିସ ପରିତ୍ୟକ୍ତ ସ୍ଥାନରେ ପୋତିଦେଇଥିବା ଜଣାପଡିଛି ।

ପୋଲିସ୍ କଣ୍ଟେନର ଡ୍ରାଇଭର ବାପି ମଣ୍ଡଳ ଓ ହେଲପର ଜାଭେଦ୍ ମଣ୍ଡଳକୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ କରୁଛି । ତେବେ ଏ ଭଳି ବେଆଇନ ଭାବରେ ବେଧଡକ ଗୋମାଂସ ଚାଲାଣ ଚାଲିଛି ବୋଲି ବଜରଙ୍ଗଦଳ ଅଭିଯୋଗ କରିଛି । ପୋଲିସ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କଲେ ଗୋମାଂସ ଚାଲାଣ ଉପରେ ରୋକ ଲାଗିବ ବୋଲି ବଜରଙ୍ଗ ଦଳ ଦାବି କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.