ମା ବିରଜାଙ୍କ ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ନେଇ ପ୍ରତିକ୍ରିୟା, କଣ୍ଠଶିଳ୍ପୀ ତାରିକ ଅଜିଜଙ୍କୁ ଗିରଫ ଦାବି

author img

By

Published : Nov 22, 2022, 9:04 PM IST

ମା ବିରଜାଙ୍କ ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ନେଇ ପ୍ରତିକ୍ରିୟା

ମା ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ । ଏନେଇ ବିରଜା ବାହିନୀ ପକ୍ଷରୁ ଥାନାରେ ଏତଲା । ଅଧିକ ପଢନ୍ତୁ

ଯାଜପୁର: ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ଏନେଇ ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଗତ ରବିବାର ଦିନ କଣ୍ଠଶିଳ୍ପୀ ତାରିକ ଅଜିଜ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଆସିଥିଲେ । ଏହି ଅବସରରେ ସେ ମନ୍ଦିରକୁ ଯାଇ ମା ଙ୍କ ଦର୍ଶନ କରିଥିଲେ । ଏ ନେଇ କଣ୍ଠଶିଳ୍ପୀ ତାରିକ ନିଜେ କେତେକ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ସାମ୍ନାକୁ ଆସିଥିଲା ଏହି ଘଟଣା । ଏନେଇ ଆଜି ଏହାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହିନ୍ଦୁ ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ବାରଣ ଥାଇ କିଭଳି ସେ ପ୍ରବେଶ କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

ମା ବିରଜାଙ୍କ ମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ନେଇ ପ୍ରତିକ୍ରିୟା

ତେବେ ଘଟଣା ବିଷଶୟରେ ଜଣାପଡିବା ପରେ ଆଜି ମାଙ୍କ ପୀଠକୁ କରାଯାଇଛି ସୋଧନ । ଏନେଇ ଏହି ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଅନ୍ୟପଟେ ବିରଜା ବାହିନୀଙ୍କ ସମେତ କେତେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରି ତୁରନ୍ତ ତାରିକ ଅଜିଜଙ୍କୁ ଗିରଫ କରିବାକୁ ଦାବୀ କରାଯାଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତା ହେଲେ ବିରଜା ବାହିନୀ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ତେବେ ଏନେଇ ବିରଜା ବାହିନୀ ସଭାପତି ସନ୍ତୋଷ ବେହେରାଙ୍କ କହିଛନ୍ତି," ଅଣହିନ୍ଦୁଙ୍କୁ ବିରଜା ମନ୍ଦିରରେ ନିଷେଧ କରାଯିବା ସୁଧା ତାରିକ ଅଜିଜ ପ୍ରବେଶ କରିଥିଲେ । ଏଥିସହ ତାଙ୍କ ପାଇଁ ସ୍ପେଶାଲ ଦର୍ଶନ ମଧ୍ୟ କରାଯାଇଥିଲା । ଏନେଇ ତାରିକ ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ ମଧ୍ୟ କରିଛନ୍ତି । ଏନେଇ ଘଟଣା ବିଷୟରେ ଜାଣିବା ପରେ ଆମେ ଥାନାରେ ଆସିକି ତାଙ୍କ ବିରୋଧରେ ଏତଲା ଦେଇଛୁ । "

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.