ETV Bharat / state

ଓଲଟିଲା ଯାତ୍ରୀବାହୀ ବସ: 7 ଗୁରୁତର, ନାହିଁ ଫିଟନେସ ସାର୍ଟିଫିକେଟ

author img

By

Published : Jan 7, 2020, 12:44 PM IST

ଯାତ୍ରୀବାହୀ ବସ ଓଲଟି 7 ଗୁରୁତର । ଯାଜପୁର ଗୋଳକୁଣ୍ଡ ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା ବସ । ଆଗକୁ ପଢନ୍ତୁ...

bus overtured in jajpur
ଯାତ୍ରୀବାହୀ ବସ ଓଲଟି 7 ଗୁରୁତର

ଯାଜପୁର: ବରୀ ଗୋଳକୁଣ୍ଡ ବଜାର ନିକଟରେ ଯାତ୍ରୀବାହୀ ବସ ଓଲଟି ୭ ଯାତ୍ରୀ ଗୁରୁତର । ଗୋଳକୁଣ୍ଡରୁ କଟକ ଅଭିମୁଖେ ମା ମଙ୍ଗଳା ନାମକ ବସଟି ଯାତ୍ରା କରୁଥିଲା। ଗୋଳକୁଣ୍ଡ ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିବାରୁ ୭ ଯାତ୍ରୀ ଗୁରୁତର ହୋଇଛନ୍ତି ।

ଯାତ୍ରୀବାହୀ ବସ ଓଲଟି 7 ଗୁରୁତର

ଆହତ ଯାତ୍ରୀଙ୍କୁ ପ୍ରଥମେ ବ୍ରହ୍ମବରାଦା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ସଙ୍କଟାପନ୍ନ ହେବାରୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏପରିକି ବରୀ ଏବଂ ତାହାର ପାଖାପାଖି ଅଞ୍ଚଳରେ ଅଧିକାଂଶ ଘରୋଇ ବସରେ ପରମିଟ ଓ ଫିଟନେଶ ନ ଥିବାସହ ଗାଡିର ଧାର୍ଯ୍ୟସୀମା ଠାରୁ ଅତ୍ୟଧିକ ଯାତ୍ରୀ ପରିବହନ କରିବା ସାଧାରଣରେ ଅଭିଯୋଗ ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଯାତ୍ରୀ ମୃତାହତ ହୋଇଥିବାର ସୂଚନା ମିଳିନି । କେଉଁ କାରଣରୁ ବସଟି ଓଲଟି ପଡିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:ସ୍ଥାନ-ଯାଜପୁର ,ବରୀ
ତାରିଖ-07/01/2020
ନାମ-ଜ୍ଞାନରଞ୍ଜନ ଓଝା
ଯାଜପୁର ଜିଲ୍ଲା ବରୀ ଗୋଳକୁଣ୍ଡ ବଜାର ନିକଟରେ ବସ ଓଲଟି ୭ଯାତ୍ରୀ ଗୁରୁତର । ଗୋଳକୁଣ୍ଡ ରୁ କଟକ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋଳକୁଣ୍ଡ ରୁ କଟକ ଅଭିମୁଖେ ଯାଉଥିବାବେଳେ ମା ମଙ୍ଗଳା ନାମକ ଏକ ଘରୋଇ ବସ ଯାହାର ଗାଡ଼ି ନମ୍ବର OR- 05-T-0075 ଯାତ୍ରୀ ନେଇ ଯାଉଥିବା ସମୟରେ ଗୋଳକୁଣ୍ଡ ବଜାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିବାରୁ ୭ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ପ୍ରଥମେ ବ୍ରହ୍ମବରାଦା ସ୍ୱାସ୍ତକେନ୍ଦ୍ର ଓ ପରେ ଗୁରୁତ୍ୱର ହେବାରୁ ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏପରିକି ବରୀ ଏବଂ ତାହାର ପାଖାପାଖି ଅଞ୍ଚଳରେ ଅଧିକାଂଶ ଘରୋଇ ବସରେ ପରମିଟ ଓ ଫିଟନେଶ ନଥିବାସହ ଗାଡିର ଧାର୍ଯ୍ୟସୀମା ଠାରୁ ଅତ୍ୟାଧିକ ଯାତ୍ରୀ ପରିବନ କରିବା ସାଧରଣରେ ଅଭିଯୋଗ ହେଉଛି ।
ତେବେ ବର୍ତ୍ତମାନ ସୁଧା କୌଣସି ଯାତ୍ରୀ ମୃତାହତ ହୋଇଥିବାର ସୂଚନା ମିଲିଛି । କେଉଁ କାରଣରୁ ବସଟି ଓଲଟି ପଡ଼ିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.