ଧର୍ମଶାଳା ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗଦେଲେ ବିଜେଡିର ହେବିୱେଟ

author img

By

Published : Sep 21, 2022, 9:59 PM IST

ଧର୍ମଶାଳା ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗ ଦେଲେ ବିଜେଡିର ହେବିୱେଟ୍‌

ଧର୍ମଶାଳା ବିଜେଡି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି(BJD training program Inaugurated in Dharmashala) । ସ୍ଥାନୀୟ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ଅଧିକ ପଢ଼ନ୍ତୁ

ଯାଜପୁର: ଜିଲ୍ଲା ଧର୍ମଶାଳା ବିଜେଡି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ସ୍ଥାନୀୟ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହୋଇଛି ଏହି ପ୍ରଶିକ୍ଷଣ ଶିବିର(BJD training program Inaugurated in Dharmashala) । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସଭାପତିତ୍ବରେ ଏହି ଶିବିରକୁ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ଧର୍ମଶାଳା ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗ ଦେଲେ ବିଜେଡିର ହେବିୱେଟ୍‌

ଏହି ପ୍ରଶିକ୍ଷଣ ଶିବିରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଓ ବିଧାୟକଗଣ ଯୁବଗୋଷ୍ଠୀ, ଛାତ୍ର ଓ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଆଗାମୀ ଦିନରେ ତୃଣମୂଳ ସ୍ତରରେ କେଉଁଭଳି ଭାବରେ ଦଳକୁ ମଜଭୁତ କରାଯିବ ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତାହା ଏହି ପ୍ରଶିକ୍ଷଣ ଶିବିରର ମୂଳ ଲକ୍ଷ୍ୟ । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହିଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବା ପାଇଁ ଦଳ ଲକ୍ଷ୍ୟ ରଖିଛି ।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନଠାରୁ ପାଗ ଭିଡ଼ିବାକୁ ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ଏହି କ୍ରମରେ ବିଜେଡି ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରିଛି । ଏହାର ଏକ ଝଲକ ଯାଜପୁରରେ ଦେଖିବାକୁ ମିଳିଛି । ଏଠାରେ ବିଜେଡି ସୁଦୃଢ଼ ରହିଥିଲେ ସୁଦ୍ଧା ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରଖିଛି ଦଳ । ଏହାକୁ ନେଇ ଯାଜପୁରରେ ବିଭିନ୍ନ ସମୟରେ ପ୍ରଶିକ୍ଷଣ ଶିବିର, ମିଶ୍ରଣ ପର୍ବ ଆୟୋଜନ କରୁଛି ବିଜେଡି । ଏଭଳି କାର୍ଯ୍ୟକ୍ରମରେ ଦଳର ହେଭିୱେଟ୍‌ ସାମିଲ ହେଉଛନ୍ତି । ଏଭଳି କାର୍ଯ୍ୟକ୍ରମରେ ଦଳର ହେଭିୱେଟ୍‌ ସାମିଲ ହେଉଛନ୍ତି । ଖୋଦ୍‌ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏଭଳି କାର୍ଯ୍ୟକ୍ରମର ତଦାରଖ କରିବା ସହ ଉପସ୍ଥିତ ରହୁଛନ୍ତି । ନିର୍ବାଚନ ପାଇଁ ଏହା ଦଳର ସ୍ବତନ୍ତ୍ର ରଣନୀତି ହୋଇପାରେ ବୋଲି ଯାଜପୁର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ।

ଖାଲି ବିଜେଡି କାହିଁକି ଯାଜପୁରରେ ବିଜେଡିକୁ ଚେକ୍‌ମେଟ୍‌ ଦେବାକୁ ଅନ୍ୟ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏଭଳି କାର୍ଯ୍ୟକ୍ରମରେ ଦଳର ତୁଙ୍ଗ ନେତା ସାମିଲ ହୋଇ ନବାଗତଙ୍କୁ ଦଳର ଲକ୍ଷ୍ୟ ସମ୍ପର୍କରେ ବୁଝାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.