ETV Bharat / state

ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ କମ୍ପାନୀର ବରିଷ୍ଠ ଅଧିକାରୀ, ଗ୍ରାମବାସୀଙ୍କ ସହ କଲେ ଆଲୋଚନା

author img

By

Published : Jan 18, 2022, 9:12 PM IST

ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳକୁ ଆଜି(ମଙ୍ଗଳବାର) କମ୍ପାନୀର ଅଧିକାରୀମାନେ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

senior official of JSW visit proposed project area
ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ କମ୍ପାନୀର ବରିଷ୍ଠ ଅଧିକାରୀ

ନୂଆଗାଁ(ଜଗତସିଂହପୁର): ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳକୁ ଆଜି(ମଙ୍ଗଳବାର) କମ୍ପାନୀର ଅଧିକାରୀମାନେ ଗସ୍ତ କରିଛନ୍ତି । କମ୍ପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ ନାଏକ JSW ଖଣି ମୁଖ୍ୟ ବି. ଆର. କେ. ପାଢ଼ୀ, ମାନବ ସମ୍ବଳ ମୁଖ୍ୟ ଶ୍ରୀଜିତ ମିଶ୍ର, ପାରାଦୀପ ପ୍ରକଳ୍ପର ମୁଖ୍ୟ ସୁବ୍ରତ ସାହୁ ପ୍ରମୁଖ ପ୍ରସ୍ତାବିତ ଅଞ୍ଚଳର ମାହାଳ, ପାଟଣା ଓ ଗୋବିନ୍ଦପୁର ଗାଁ ଗସ୍ତ କରିଥିଲେ ।

ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ କମ୍ପାନୀର ବରିଷ୍ଠ ଅଧିକାରୀ

ଏହାମଧ୍ୟ ପଢନ୍ତୁ: JSW ପ୍ରସ୍ତାବିତ ଅଞ୍ଚଳରେ ବାଡ ବୁଲାଇଲା ଇଡକୋ

ଗୋବିନ୍ଦପୁର ଗାଁର ମା ମଙ୍ଗଳା ଜଙ୍ଗଲ କମିଟି ସହିତ ଆଲୋଚନା କରିବା ସହିତ ଆଖଣ୍ଡଳମଣି ଜଙ୍ଗଲ କମିଟିର କିଛି ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି ଗାଁ ମାନଙ୍କରେ ଯେଉଁ ସବୁ ଜଙ୍ଗଲ କମିଟିର ଫଳନ୍ତି ବୃକ୍ଷ ଓ ଅନ୍ୟାନ୍ୟ ଗଛ ରହିଛି ତାର ସଠିକ ମୂଲ୍ୟାୟନ କରାଯାଇ କ୍ଷତି ପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ । ସେପଟେ ପ୍ରକଳ୍ପ ପାଇଁ ପାଟଣାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଜି ମଧ୍ୟ ପାଟଣା ଓ ମାହାଳ ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି । ଆଜି ସୁଦ୍ଧା ୨୫୭ ଜଣ ହିତାଧିକାରୀଙ୍କୁ ୬ କୋଟି ୪୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହିତ ଗୋବିନ୍ଦପୁର ଗାଁର ପୁରୁଣା ୧୧୧ ଜଣ ପାନବରଜ ହିତାଧିକାରୀଙ୍କୁ ୯୪ ଲକ୍ଷ ଟଙ୍କା ବକେୟା ଅର୍ଥ ପ୍ରଦାନ କରାଯାଇଛି । ଗତ ଦୁଇ ଦିନ ହେବ ପ୍ରସ୍ତାବିତ ଅଞ୍ଚଳରେ ଲୋକଙ୍କ ସହମତି ବଢୁଥିବାରୁ ସେମାନଙ୍କ ସହଯୋଗରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆଗେଇ ଚାଲିଛି । ଆଜି JSW କମ୍ପାନୀ ପକ୍ଷରୁ ବହୁ ବରିଷ୍ଠ ଅଧିକାରୀ ପ୍ରସ୍ତାବିତ ଅଞ୍ଚଳ ବୁଲି ଲୋକଙ୍କ ସହିତ ଆଲୋଚନା କରିବା ସହିତ ଭୌଗୋଳିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.