ETV Bharat / state

JSW ପ୍ରସ୍ତାବିତ ଅଞ୍ଚଳରେ ବାଡ ବୁଲାଇଲା ଇଡକୋ

author img

By

Published : Jan 13, 2022, 9:17 AM IST

Updated : Jan 13, 2022, 9:30 AM IST

ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ହେବା ଏକ ପ୍ରକାର ସ୍ପଷ୍ଟ ହେବାକୁ ବସିଛି । ପ୍ରକଳ୍ପ ପାଇଁ ପାଦେ ପାଦେ ଆଗଉଛି ଇଡକୋ । ଡିସେମ୍ବର ୨୨ରୁ ପ୍ରସ୍ତାବିତ ଅଞ୍ଚଳରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଇଡକୋ । ଅଧିକ ପଢନ୍ତୁ

Jsw ପ୍ରସ୍ତାବିତ ଅଞ୍ଚଳରେ ବାଡ ବୁଲାଇଲା ଇଡକୋ
Jsw ପ୍ରସ୍ତାବିତ ଅଞ୍ଚଳରେ ବାଡ ବୁଲାଇଲା ଇଡକୋ

ଜଗତସିଂହପୁର: ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ହେବା ଏକ ପ୍ରକାର ସ୍ପଷ୍ଟ ହେବାକୁ ବସିଛି । ପ୍ରକଳ୍ପ ପାଇଁ ପାଦେ ପାଦେ ଆଗଉଛି ଇଡକୋ । ଡିସେମ୍ବର ୨୨ରୁ ପ୍ରସ୍ତାବିତ ଅଞ୍ଚଳରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ମାହାଳ ଶେଷ ସୀମା ସମୁଦ୍ର ପଟରୁ ପ୍ରାଚୀର କାମ ଆରମ୍ଭ ହୋଇଛି । ଇଡକୋ ପକ୍ଷରୁ ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ ହୋଇଛି ।

JSW ପ୍ରସ୍ତାବିତ ଅଞ୍ଚଳରେ ବାଡ ବୁଲାଇଲା ଇଡକୋ

ପ୍ରାଚୀର କାମ ମାହାଳ ଶେଷ ସୀମାରୁ ନୋଳିଆ ସାହି ପର୍ଯ୍ୟନ୍ତ କରାଯିବ ବୋଲି ଜଣାପଡିଛି । ପ୍ରଥମେ ୧୦ କିଲୋମିଟର ପର୍ଯ୍ୟନ୍ତ ପ୍ରାଚୀର ନିର୍ମାଣ ଓ ଅସ୍ଥାୟୀ ରାସ୍ତା କରାଯାଉଛି । ଏଥିପାଇଁ ଇଡକୋ ପକ୍ଷରୁ ୭ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । ଯାହାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି କାର୍ଯ୍ୟ ସମ୍ପର୍ଣ୍ଣ ହେଲା ପରେ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ହସ୍ତାନ୍ତର କରାଯିବ। ଅନ୍ୟପଟେ ଏରସମା ତହସିଲଦାର ଚୈଧୁରୀ ପ୍ରଞ୍ଜାନନ୍ଦ ଦାସଙ୍କ ନେତୃତ୍ବରେ ପାଞ୍ଚଟି ଟିମ୍ ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ, ଗୋବିନ୍ଦପୁର ଓ ଢ଼ିଙ୍କିଆ ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି।

ଗତକାଲି ସୁଦ୍ଧା ସମୁଦାୟ ଢ଼ିଙ୍କିଆ ପଞ୍ଚାୟତର ଚାରୋଟି ଗାଁରେ ୩୦୨ଟି ପାନବରଜ ମାପଚୁପ କରାଯାଇ ଥିଲା ବେଳେ ସେଥିରୁ ୨୪୮ ଟି ପାନବରଜ ଭଙ୍ଗା ଯାଇଛି । ଏଥି ମଧ୍ୟରୁ ୧୮୦ ଜଣଙ୍କର ସଠିକ ପ୍ରମାଣପତ୍ର ଓ ବ୍ୟାଙ୍କ ସମ୍ବନ୍ଧୀୟ ପ୍ରମାଣ ପତ୍ର ମିଳିବା ପରେ ସେମାନଙ୍କୁ ୪ କୋଟି ୩୪ ଲକ୍ଷ ୧୮ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଆହୁରି ପଢନ୍ତୁ...JSW Project: ଢ଼ିଙ୍କିଆରେ ୧୬୬ ପାନବରଜ ମାଲିକଙ୍କୁ ୩କୋଟି ୧୫ ଲକ୍ଷ କ୍ଷତିପୂରଣ

ଗତ କିଛି ଦିନ ହେବ ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗାଁରେ କିଛି ପରିବାର ନିଜ ସହମତିରେ ପାନବରଜ ମାପଚୁପ କରିଥିଲା ବେଳେ ଅନ୍ୟ ଲୋକମାନେ ମଧ୍ୟ ନିଜର ମତ ବଦଳେଇ ବରଜ ଦେବାକୁ ଇଚ୍ଛା ପ୍ରକାଶ କରୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଚାଲିଥିବା ବେଳେ ଇଡକୋ ପକ୍ଷରୁ ପ୍ରଚାରୀ ନିର୍ମାଣ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିର୍ମାଣ ହେବାଟା ଥୟ ବୋଲି ଅନୁମାନ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jan 13, 2022, 9:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.