ETV Bharat / state

ଧାରଣା ପ୍ରତ୍ୟାହୃତ, ସ୍ୱାଭାବିକ ହେଲା ପୋର୍ଟ କାର୍ଯ୍ୟ

author img

By

Published : Jun 1, 2022, 9:12 AM IST

ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ସଂଘ ପକ୍ଷରୁ ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବିକୁ ନେଇ ଦୀର୍ଘ ପାଞ୍ଚ ଦିନ ପାରାଦ୍ୱୀପ ବନ୍ଦର ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବାପରେ ମଙ୍ଗଳବାର ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ପ୍ରତ୍ୟାହୃତ ହେଲା ଧାରଣା, ସ୍ୱାଭାବିକ ହେଲା ପୋର୍ଟ କାର୍ଯ୍ୟ
ପ୍ରତ୍ୟାହୃତ ହେଲା ଧାରଣା, ସ୍ୱାଭାବିକ ହେଲା ପୋର୍ଟ କାର୍ଯ୍ୟ

ପାରାଦ୍ବୀପ: ପାରାଦ୍ୱୀପ ବନ୍ଦର ମଧ୍ୟରେ କାର୍ଯ୍ୟରତ ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ସଂଘ ପକ୍ଷରୁ ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବିକୁ ନେଇ ଦୀର୍ଘ ପାଞ୍ଚ ଦିନ ପାରାଦ୍ୱୀପ ବନ୍ଦର ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବାପରେ ମଙ୍ଗଳବାର ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଦୀର୍ଘ ୫ଦିନ ହେବ ଶ୍ରମିକ ମାନେ ଧାରଣାରେ ବସିବା ଯୋଗୁଁ ପାରାଦ୍ୱୀପ ପୋର୍ଟରେ ୱାଗନ ସଫା ଠାରୁ ଆରମ୍ଭ କରି ପ୍ଲଟ ଓ ଗୋଦାମ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ମଙ୍ଗଳବାର ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ପ୍ରତ୍ୟାହୃତ ହେଲା ଧାରଣା, ସ୍ୱାଭାବିକ ହେଲା ପୋର୍ଟ କାର୍ଯ୍ୟ

ପାରାଦ୍ୱୀପ ପୋର୍ଟରେ କାର୍ଯ୍ୟରତ ପୋର୍ଟ ଆଣ୍ଡ ଡକ ମଜଦୂର ସଂଘ ଅଭିଯୋଗ କରିଛି ଯେ ବିଗତ ୩୦ ବର୍ଷ ଧରି ଏହି ଶ୍ରମିକ ମାନେ ପାରାଦ୍ୱୀପ ପୋର୍ଟରେ କାର୍ଯ୍ୟ କରି ଆସୁଥିବା ବେଳେ ସେମାନଙ୍କୁ ପାରାଦ୍ୱୀପ ପୋର୍ଟ ଷ୍ଟିଭେଡ଼ର୍ଶ ଆସୋସିଏସନ ବହୁତ କମ ଦରମା ଦେବା ସହ କୌଣସି ଛୁଟି ପ୍ରଦାନ କରାଯାଉ ନଥିବା ବେଳେ ଏହି ଶ୍ରମିକ ମାନଙ୍କୁ ମଧ୍ୟ ପୋର୍ଟ ପକ୍ଷରୁ ରହିବା ପାଇଁ ବାସଗୃହ ଯୋଗାଇ ଦିଆଯାଉନଥିଲା ଫଳରେ ଏହି ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଏ ସମ୍ପର୍କରେ ବନ୍ଦର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଏହି ଶ୍ରମିକ ସଂଗଠନ ଅଭିଯୋଗ କରି ଧାରଣାରେ ବସିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରିବା ପରେ ଶ୍ରମିକ ମାନେ ଧାରଣାରୁ ଉଠିବା ସହ ବନ୍ଦର କାର୍ଯ୍ୟ ସ୍ବାଭାବିକ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.