ETV Bharat / state

ଅମରେନ୍ଦ୍ର ଦାସ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ

author img

By

Published : Aug 16, 2019, 10:30 PM IST

ଜଗତସିଂହପୁର ଜିଲ୍ଲାର ବିଜେଡ଼ି ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଛି ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ନେତାଙ୍କୁ ଥଇଥାନ କରୁଛି ବିଜେଡ଼ି । ଜଗତସିଂହପୁର ଜିଲ୍ଲାର ବିଜେଡ଼ି ଜିଲା ସଭାପତି ଅମରେନ୍ଦ୍ର ଦାସଙ୍କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଛି ରାଜ୍ୟ ସରାକାର । ଏନେଇ ବିଜେଡ଼ି ଶିବିର ରେ ଆନନ୍ଦର ଲହରୀ ଖେଳିଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନା ଅନୁସାରେ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ଆସାଇ ଥିଲେ ଅମରେନ୍ଦ୍ର ଦାସ । କିନ୍ତୁ ବିଜେଡି ସୁପ୍ରିମୋ ତତ୍କାଳୀନ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲୀଙ୍କୁ ଜଗତସିଂହପୁର ପାଇଁ ଟିକେଟ ଦେଇଥିଲେ । ଏହାକୁ ନେଇ ନାଉଗାଁରେ ପ୍ରଶାନ୍ତ ଓ ଅମରେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଦଳ ସୁପ୍ରିମୋ ଏଥିରେ ହସ୍ତକ୍ଷେପ କରି ଜିଲ୍ଲା ସଭାପତି ଭାବେ ଅମରେନ୍ଦ୍ର ଦାସଙ୍କୁ ନିଯୁକ୍ତ କରିଥିଲେ। ତେବେ ଶୁକ୍ରବାର ତାଙ୍କୁ ରାଜ୍ୟ କାଜୁନିଗମ ଅଧକ୍ଷ ଭାବେ ନିଯୁକ୍ତି ମିଳିଛି । ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଅମରେନ୍ଦ୍ର ଦାସ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର, ରାଜ୍ୟସରକାର ଜଗତସିଂହପୁର ଜିଲ୍ଲାର ବିଜେଡ଼ି ଜିଲା ସଭାପତି ଅମରେନ୍ଦ୍ର ଦାସ ଙ୍କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।ଏହାକୁ ନେଇ ବିଜେଡ଼ି ଶିବିର, ରେ ଆନନ୍ଦ ର ଲହରୀ ଖେଳିଯାଇଛି।ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ଟିକେଟ ଆସାଇ ଥିଲେ ଅମରେନ୍ଦ୍ର ଦାସ, କିନ୍ତୁ ବିଜେଡି ସୁପ୍ରିମୋ ତତ୍କାଳୀନ ବାଲିକୁଦା -ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ ଜଗତସିଂହପୁର ପାଇଁ ଟିକେଟ ଦେଇଥିଲେ।ଏହାକୁ ନେଇ ନାଉଗାଁ ରେ ପ୍ରଶାନ୍ତ ଓ ଅମରେନ୍ଦ୍ର ଙ୍କ ସମର୍ଥକ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।ଦଳ ସୁପ୍ରିମୋ ଏଥିରେ ହସ୍ତକ୍ଷେପ କରି ଜିଲ୍ଲା ସଭାପତି ଭାବେ ଅମରେନ୍ଦ୍ର ଦାସ ଙ୍କୁ ନିଯୁକ୍ତ କରିଥିଲେ। ଆଜି ତାଙ୍କୁ ରାଜ୍ୟ କାଜୁନିଗମ ଅଧକ୍ଷ ଭାବେ ନିଯୁକ୍ତି ମିଳିଛି।ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଅମରେନ୍ଦ୍ର ଦାସ।


Body:ଜଗତସିଂହପୁର


Conclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.