ETV Bharat / state

ଜଗତସିଂହପୁରରେ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ, 10 ହଜାର ଛାତ୍ରଛାତ୍ରୀ ସାମିଲ

author img

By ETV Bharat Odisha Team

Published : Dec 30, 2023, 10:16 AM IST

Nua Odisha Naveen Odisha: ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ । ଅଧିକ ପଢନ୍ତୁ

nua odisha naveen odisha
nua odisha naveen odisha

nua odisha naveen odisha

ଜଗତସିଂହପୁର: ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ନୂଆ-ଓ ଯୁବ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି । ତେବେ ବିଭିନ୍ନ ବିଭାଗରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରିଥିଲେ ।

ଯୁବ ସମାଜ ପାଇଁ ଉନ୍ମାଦନା ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା ଦାୟୀ ବାର୍ତ୍ତା ସହିତ ନୂଆ ଓଡିଶା ଗଠନ ଦିଗରେ ଯୁବ ସମାଜର ବିକାଶ ଓ ଉନ୍ନତି ପାଇଁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ବାର୍ତ୍ତା ପରିବେଷଣ କରିଥିଲେ । ଯେଉଁଥିରେ ସେ ଯୁବପିଢ଼ିଙ୍କୁ ଏକ ନୂତନ, ଉନ୍ନତ ଓଡ଼ିଶା ଗଢିବାକୁ ଚେଷ୍ଟିତ ହେବାପାଇଁ ପରାମର୍ଶ ଦେଇଥିଲେ । ତେବେ ଶିକ୍ଷା, କ୍ରୀଡା, କଳା ଓ ସଙ୍ଗୀତ ସୁନାମ ଅର୍ଜନ କରିଥିବା ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ଜିଲ୍ଲପାଳ ଉତ୍ତରୀୟ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ସୁବର୍ଣ୍ଣପୁରରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ଏହା ମଧ୍ୟ ପଢନ୍ତୁ - ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଧାରଣା

ତେବେ ଭାରତୀୟ ପ୍ରଶାସନିକ ସେବା 2022ରେ 38 ତମ ରାଙ୍କ ହାସଲ କରି ଆଇଏଫଏସ୍ ସେବାରେ ଯୋଗ ଦେଇଥିବା ନାଉଗାଁ ବ୍ଳକର ଅନୁପ ଦାସ, ଆଇଆଇଟି, ବିଏଚୟୁରୁ ଶିକ୍ଷା ସମାପ୍ତ କରି ଆନ୍ତର୍ଜାତୀୟ କମ୍ପାନୀରେ କାର୍ଯ୍ୟରତ ତିର୍ତ୍ତୋଲ ବ୍ଲକର ରୁଦ୍ରାର୍ପିତ ପାତ୍ର, ଅନ୍ତର୍ଜାତୀୟ ସ୍ତରୀୟ ରଙ୍ଗୋଲି ପ୍ରତିଯୋଗିତାର 11 ନମ୍ବର ରାଙ୍କ ହାସଲ କରିଥିବା ରଘୁନାଥପୁର ବ୍ଲକର ସୂର୍ଯ୍ୟ ପ୍ରକାଶ ନାୟକ, ଅନ୍ତର୍ଜାତୀୟ ଖୋ ଖୋରେ ସ୍ଵର୍ଣ୍ଣପଦକଧାରୀ ତିର୍ତ୍ତୋଲ ବ୍ଲକର ସୁଶ୍ରୀ ସସ୍ମିତା ନାଥ ଶର୍ମା ଓ ଭଏସ ଅଫ ଓଡ଼ିଶା ସିଜିନ-4ର ବିଜେତା ରଘୁନାଥପୁର ବ୍ଲକର ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି ଉତ୍ସବରେ ଜିଲ୍ଲାର 67ଟି ମହାବିଦ୍ୟାଳୟରୁ ୧୦ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେହିପରି ନୂତନ ଓଡ଼ିଶାର ଯୁବପିଢ଼ିଙ୍କୁ ଆଗକୁ ବଢିବା ପାଇଁ ଏହି ନିଆରା ଉତ୍ସବରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ, ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.