ଆଜି ବିଜୟା ଦଶମୀ, ମା’ ଶାରଳାଙ୍କୁ ଲାଗି ହେବ ଦହି-ପଖାଳ

author img

By

Published : Oct 15, 2021, 6:46 AM IST

navaratra puja ata maa salara temple, jagatsinghpur

ମା' ଶାରଳାଙ୍କ ମନ୍ଦିର ରେ ଷୋଡଶ ଦିନାତ୍ମକ ପାର୍ବଣ ପୂଜାର ସମାପ୍ତି ଘଟିଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଷୋଡଶ ଦିନାତ୍ମକ ପାର୍ବଣ ପୂଜାର ଗୁରୁବାର ପରିସମାପ୍ତି ଘଟିଛି। ଚଳିତ ବର୍ଷ 14 ଦିନ ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ବିଜୟା ଦଶମୀରେ ଅପରାଜିତା ପୂଜା କରାଯାଇ ଘଟ ଚନ୍ଦନ ପୁଷ୍କରିଣୀରେ ବିସର୍ଜନ କରାଯିବ।

ଆଜି ବିଜୟା ଦଶମୀ

ବୁଧବାର ଦିନ ମହାନବମୀ ପୂଜା କରାଯାଇ ଥିବା ବେଳେ ଗୁରୁବାର ରାତ୍ରରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଛି । ଗୁରୁବାର ମା'ଙ୍କ ବିଶ୍ରାମ ଦିନ ରହିଥିବାରୁ ମନ୍ଦିରର ମୁଖ୍ୟ ଦ୍ବାର ବନ୍ଦ ରହିଥିଲା । ବିଶ୍ରାମ ଦିନରେ ମା'ଙ୍କୁ ପଞ୍ଚପୋଚାର ପୂଜା କରାଯାଇଥାଏ ।

ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ଆଦି ବାଜି ନଥାଏ । ମନ୍ଦିର ନିସ୍ତବ୍ଧ ଥାଇ ମା' ବିଶ୍ରାମ ନେବାର ପରମ୍ପରା ରହି ଆସିଛି । ଆଜି (ଶୁକ୍ରବାର) ଦିନ ବିଜୟା ଦଶମୀ ଉତ୍ସବ ପାଳନ ସହ ଦହି ପଖାଳ ଭୋଗ ଲାଗି କରାଯିବ । ମଧ୍ୟାହ୍ନ ୧୨ ଟା ପରେ ଶ୍ରାବଣା ନକ୍ଷେତ୍ର ଆସୁଥିବାରୁ ସେହି ସମୟରେ ଘଟ ବିସର୍ଜନର କାର୍ଯ୍ୟକ୍ରମ ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.