ମା’ ଶାରଳାଙ୍କ ପୀଠରେ ନବଦୁର୍ଗା ପୂଜା ଓ ମହାଳୟାର ସ୍ବତନ୍ତ୍ର ପୂଜା

author img

By

Published : Oct 6, 2021, 10:37 PM IST

ମା’ ଶାରଳାଙ୍କ ପୀଠରେ ନବଦୁର୍ଗା ପୂଜା ଓ ମହାଳୟାର ସ୍ବତନ୍ତ୍ର ପୂଜା

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା’ ଶାରଳାଙ୍କ ପୀଠରେ ଶାରଦୀୟ ପାର୍ବଣ ଅବସରରେ ଆଜିଠାରୁ ନବଦୁର୍ଗା ଆରାଧନା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ପୀଠରେ ଶାରଦୀୟ ପାର୍ବଣ ଅବସରରେ ଆଜିଠାରୁ ନବଦୁର୍ଗା ଆରାଧନା ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ରାତ୍ରରେ ସୁସଜ୍ଜିତ ବିମାନରେ ମାଙ୍କ ଚଳନ୍ତି ପ୍ରତିମାକୁ ବିଜେ କରାଯାଇ ପରିକ୍ରମା କରାଯିବାର ପରମ୍ପରା ରହି ଆସିଛି । ଆଜି(ବୁଧବାର) ମହାଳୟାକୁ ନେଇ ଏହି ନୀତି ସମ୍ପାଦିତ ହୋଇଛି ।

ମା’ ଶାରଳାଙ୍କ ପୀଠରେ ନବଦୁର୍ଗା ପୂଜା ଓ ମହାଳୟାର ସ୍ବତନ୍ତ୍ର ପୂଜା

ନବଦୁର୍ଗା ଆରାଧନା ମା’ ଶାରଳାଙ୍କ ପୀଠରେ ଅତି ପ୍ରାଚୀନ । ପ୍ରଥମ ଦିନରେ ଶୈଳ ପୁତ୍ରୀ, ଦିତୀୟରେ ବ୍ରହ୍ମ ଚାରିଣୀ, ତୃତୀୟ ଚନ୍ଦ୍ରଘଣ୍ଟା, ଚତୁର୍ଥରେ କୁସ୍ମାଣ୍ଡ, ପଞ୍ଚମ ଦିନରେ ସ୍କନ୍ଦମାତା, ଷଷ୍ଠରେ କାନ୍ତାୟନୀ, ସପ୍ତମରେ କାଳରାତ୍ରୀ, ଅଷ୍ଟମରେ ମହାଗୌରୀ ଓ ନବମ ଦିନରେ ସିଦ୍ଧଦାତ୍ରୀ ଭାବେ ପୂଜା କରାଯାଏ।

ଯାହାକୁ ଦର୍ଶନ କଲେ ଦରିଦ୍ରତା ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯାହାକୁ ନେଇ ମନ୍ଦିର ପରିସର ବେଶ ଉତ୍ସାବ ମୁଖର ହୋଇପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.