ଦେବୀନଦୀ ପଠାରୁ ବିଜେପି ନେତାଙ୍କ ମୃତଦେହ ଉଦ୍ଧାର

author img

By

Published : Oct 5, 2021, 8:54 PM IST

missing BJP leader's dead body recovered from Devi river near Biridi

ଦେବୀ ନଦୀରୁ ଉଦ୍ଧାର ହେଲା ନିଖୋଜ ଥିବା ବିଜେପି ନେତାଙ୍କ ମରଶରୀର । ଅଧିକ ପଢନ୍ତୁ...

ବିରିଡି(ଜଗତସିଂହପୁର): ଦେବୀ ନଦୀ ପଠାରୁ ଉଦ୍ଧାର ହେଲା ନିଖୋଜ ଥିବା ବିଜେପି ନେତାଙ୍କ ମରଶରୀର । ତାଙ୍କର ନାମ କବି ପ୍ରସାଦ ଦାଶ ଓ ବୟସ ୬୭ ବର୍ଷ ବୋଲି ଜଣାପଡିଥିବାବେଳେ ସ୍ଥାନୀୟ ବିରିଡି ଅଞ୍ଚଳରେ ତାଙ୍କର ଘର । ଗତ ୪ ତାରିଖ ଠାରୁ ସେ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ପରେ ନିରାଶ ହୋଇ ବିରିଡି ଥାନାରେ ଅଭିଯୋଗ କରିଥିଲେ।

ଦେବୀନଦୀ ପଠାରୁ ବିଜେପି ନେତାଙ୍କ ମୃତଦେହ ଉଦ୍ଧାର

ତେବେ ସ୍ଥାନୀୟ ଦେବୀନଦୀ ପଠାରେ ଆଜି ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଲୋକେ ବିରିଡି ଥାନାକୁ ଖବର ଦେଇଥିଲେ । ଏହାପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।

ତେବେ ନିଖୋଜ ଅଭିଯୋଗ କରିଥିବା କବି ପ୍ରସାଦଙ୍କ ପରିବାରଙ୍କୁ ଖବର ମୃତଦେହ ଚିହ୍ନଟ ପାଇଁ ପୋଲିସ ଖବର ଦେବାପରେ ପରିବାର ସଦସ୍ୟ ପହଞ୍ଚି ଚିହ୍ନଟ କରିଥିଲେ । ଏହାପରେ ବିରିଡି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛି । ଏଥିସହ ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କୁ କିଏ, କାହିଁକି ହତ୍ୟା କରିଛି ନାଁ ଏହା ଆତ୍ମହତ୍ୟା ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.