ETV Bharat / state

କନକପୁର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ, ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଆସବାବପତ୍ର ପୋଡି ପାଉଁଶ

author img

By

Published : May 21, 2023, 10:53 PM IST

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ କନକପୁର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ । ୧୦ରୁ ଅଧିକ ଚାଳଘର ପୋଡି ପାଉଁଶ । ଅଧିକ ପଢ଼ନ୍ତୁ

ମା’ଶାରଳାଙ୍କ ପୀଠ କନକପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ
ମା’ଶାରଳାଙ୍କ ପୀଠ କନକପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ

ମା’ଶାରଳାଙ୍କ ପୀଠ କନକପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ

ଜଗତସିଂହପୁର: ମା’ଶାରଳାଙ୍କ ପୀଠ କନକପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ୧୦ରୁ ଅଧିକ ଚାଳଘର ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ତିତ୍ତୋଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆଜି ସନ୍ଧ୍ୟାରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା ଫଳରେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ଗ୍ରାମବସୀ କହିଛନ୍ତି ।

ଏହା ବି ପଢ଼ନ୍ତୁ ସ୍ବାଗତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପାପୁଓ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ

ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା ତିତ୍ତୋଲ ତହସିଲ ଅନ୍ତର୍ଗତ କନକପୁର ଗ୍ରାମରେ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଫଳରେ ପ୍ରବଳ ରୌଦ୍ର ତାପ ଯୋଗୁ ନିଆଁ ପ୍ରବଳ ବେଗରେ ବ୍ୟାପି ଯାଇଥିଲା । ନିଆଁ ଲାଗିଯିବା ଦେଖି ଗ୍ରାମବାସୀମାନେ ଦମକଳବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁ ଗାଁ ସାରା ବ୍ୟାପି ଯାଇଥିଲା । ନିଆଁର ଗତି ଏତେ ପ୍ରଖର ଥିଲା ଯେ ଚାହିଁଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା ନିଆଁ ।

ଏହା ବି ପଢ଼ନ୍ତୁ: Vande Bharat stranded: ଅଧାରେ ଅଟକିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ, ଭାଙ୍ଗିଲା କାଚ

ଏହି ଅଗ୍ନିକାଣ୍ଡ ରେ 10ରୁ ଅଧିକ ଖଞ୍ଜା ପୋଡି ଭସ୍ମୀଭୂତ ହୋଇ ଯାଇଛି । ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିଥିଲେ ମଧ୍ୟ ଭୟଙ୍କର ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇ ନଥିଲେ । ନିଆଁ ଆୟତ୍ତ ହୋଇ ପାରୁନଥିବା ଜାଣି ବାହିନୀ ଆଉ ଦୁଇଟି ଟିମକୁ ମଗାଇ ଥିଲେ ତିନଟି ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ନିଆଁକୁ ଆୟତ କରିବକୁ ଚେଷ୍ଟ କରିଥିଲେ । ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ ।

ଏହା ବି ପଢ଼ନ୍ତୁ : ଅଜଣା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରୁହ, ବୈଜ୍ଞାନିକଙ୍କୁ ଆଡଭାଇଜରୀ ଜାରି କଲା DRDO

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସଙ୍କ ଘର ସମ୍ପୂର୍ଣ୍ଣ ଖଞ୍ଜା ପୋଡି ପାଉଁଶ ହୋଇ ଯାଇଥିବା ବେଳେ ପଡୋଶୀଙ୍କର ମଧ୍ୟ 10 ବଖରା ଘର ପୋଡି ପାଉଁଶ ହୋଇ ଯାଇଛି । ତେବେ ଏହି ଘଟଣାରେ କାହାର ମୃତ୍ୟୁ କିମ୍ବା ଆହତ ହୋଇଥିବା ସୂଚନା ମିଳି ନାହିଁ । କ୍ଷୟକ୍ଷତିର ପ୍ରକୃତ ଆକଳନ ହୋଇ ପାରିନଥିବା ବେଳେ 40 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ପ୍ରାଥମିକ ଆକଳନରୁ ଜଣା ପଡ଼ିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.