ମା ଶାରଳାଙ୍କ ପୀଠରେ ଷଷ୍ଠୀପୂଜା, ଶାରଳା ପର୍ଶୁରାମ ଭେଟ ନୀତି ସମ୍ପାଦିତ

author img

By

Published : Oct 10, 2021, 10:22 PM IST

maa sarala pitha rituals  in jagatsinghpur

ମା ଶାରଳାଙ୍କ ପୀଠରେ ଷଷ୍ଠୀପୂଜା । ଯାହାକୁ ନେଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ପୀଠରେ ଷଷ୍ଠୀପୂଜା। ଯାହାକୁ ନେଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ରବିବାର ମଧ୍ୟରାତ୍ରରେ ସୁସଜିତ ବିମାନରେ ମା’ଙ୍କୁ ନିଆଯାଇ ପର୍ଶୁରାମଙ୍କ ସହ ଭେଟ ହେବାର ବିଧି ରହିଛି।

ମା ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା

ଏକଦା ଶାରଳା କ୍ଷେତ୍ରକୁ ବାଣୀ କ୍ଷେତ୍ର କୁହାଯାଉଥିଲେ ବି କେତେକଙ୍କ ମତରେ ଏହା ପର୍ଶୁରାମ କ୍ଷେତ୍ର ଭାବେ ମଧ୍ୟ ବିଦିତ ରହିଛି। ଭଗବାନ ପର୍ଶୁରାମ ବିଶ୍ବ ପରିକ୍ରମା କରିବା ସମୟରେ କିଛି ସମୟ ଏହି ସ୍ଥାନରେ ବିଶ୍ରାମ କରିଥିଲେ। ନିଜର ଧନୁକୁ ଭୂମିରେ ରଖିବା ସମୟରେ ଭୂମି ଠାରୁ ଧନୁଟି ଉର୍ଦ୍ଧ୍ବକୁ ଉଠି ଯାଇଥିଲା। ଯାହାଦେଖି ପର୍ଶୁରାମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଠାରେ ଭୂମିକୁ ଖନନ କରି ଏକ ବିରାଟ ଶିଳା ଦେଖିବାକୁ ପାଇଥିଲେ। ସେଇ ଶିଳାକୁ ନିଜ ଶର ମୁନରେ ମା ଙ୍କ ଅଷ୍ଟଭୁଜା ମୂର୍ତ୍ତିକୁ ଅଙ୍କନ କରି ପୂଜାର୍ଚ୍ଚନା କରିଥିଲେ।

ଶର ଦ୍ବାରା ଖୋଦିତ ହୋଇଥିବାରୁ ପର୍ଶୁରାମ ଶାରଳା ନାମରେ ମା ଙ୍କୁ ନାମିତ କରିଥିଲେ। ଷଷ୍ଠୀ ପୂଜା ଦିନ ମା ଶାରଳା ଖୋଦିତ ହୋଇଥିବାରୁ ଆଜିର ଦିନରେ ଶାରଳା ପର୍ଶୁରାମ ଭେଟ ନୀତି ଅନୁଷ୍ଠିତ ହୋଇଥାଏ। ସୋମବାର ପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ମଙ୍ଗଳ ବାର ମହାଷ୍ଟମୀ ଓ ବୁଧବାର ମହାନବମୀ ପୂଜା ଅନୁଷ୍ଠିତ ହେବ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.